(ବ୍ୟୁରୋ)ଆଇପିଏଲ 2025ର ପ୍ଲେ ଅଫ ଫାଇନାଲ କ୍ରୀଡସୂଚୀ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ ମ୍ୟାଚ ଜୁନ 3 ତାରିଖରେ ଖେଳାଯିବ । କ୍ୱାଲିଫାୟର 1 ଓ ଏଲିମିନେଟର ମ୍ୟାଚ ପଞ୍ଜାବର ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳାଯିବ । ସେହିପରି କ୍ୱାଲିଫାୟର 2 ଅହମ୍ମଦାବାଦରେ ଖେଳାଯିବ ।
ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ବିଶ୍ବର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ । ଚଳିତ ଆଇପିଏଲର ଫାଇନାଲ ମ୍ୟାଚ ଏଠାରେ ଖେଳାଯିବ । ଆସନ୍ତା ମେ 29 ତାରିଖରୁ ଫ୍ଲେ ଅଫ ମ୍ୟାଚ ଆରମ୍ଭ ହେବ । ପ୍ରଥମ କ
ବାଲିଫାୟର ମ୍ୟାଚ ମେ 29 ତାରିଖରେ ପଞ୍ଜାବର ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳାଯିବ । ଏହାପରେ ମେ 30ରେ ସେହି ଠାରେ ଏଲିମିନେଟର ମ୍ୟାଚ ଖେଳାଯିବ । ଜୁନ 1 ତାରିଖରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଜୁନ 3 ତାରିଖରେ ଫାଇନାଲ ମ୍ୟାଚ ସେହି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ଟୁର୍ଣ୍ଣାମେଣ୍ଟକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିବା ପୂର୍ବରୁ ପ୍ରଥମେ ହାଇଦ୍ରାବାଦ ଏବଂ କୋଲକାତାରେ ଶେଷ ଚାରୋଟି ମ୍ୟାଚ୍ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। ପାଗକୁ ଦୃଷ୍ଟିରେ ରଖି IPL ଗଭର୍ଣ୍ଣିଂ କାଉନସିଲ ଦ୍ୱାରା ପ୍ଲେଅଫ୍ ପାଇଁ ନୂତନ ସ୍ଥାନ ସ୍ଥିର କରାଯାଇଥିଲା । ଯାହା ଦ୍ଵାରା ପ୍ଲେଅଫ୍ ମ୍ୟାଚ୍ ଗୁଡ଼ିକ ପାଗ ଦ୍ୱାରା ପ୍ରଭାବିତ ହେବନାହିଁ ।