(ବ୍ୟୁରୋ)ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ଭାରତ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ବିଜୟ । ୨୬୫ ବିଜୟ ଲକ୍ଷ୍ୟକୁ ପାର କଲା ଇଣ୍ଡିଆ । ଏଥିସହ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟ
ମରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ହାସଲ କରିଛି । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ଭାରତର ବିସ୍ଫୋରକ ବୋଲିଂ ଆଗରେ କଙ୍ଗାରୁ ଟିମ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା । ୪୮ ଓଭରରେ ୪ ଓ୍ବିକେଟରେ ୨୬୫ ରନ କରି ବିଜୟ ହାସଲ କରିଛି ଇଣ୍ଡିଆ । ଏଥିସହ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି ।