ନୂଆଦିଲ୍ଲୀ:

: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ଆଜି ହେଉଛି ପବିତ୍ର ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାର 2024 ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଓଡ଼ିଶାର ଦୁଇ ଶିକ୍ଷକ ହେଲେ କଳାହାଣ୍ଡିର ସନ୍ତୋଷ କୁମାର କର ଓ ରାୟଗଡାର ଦ୍ବିତୀଚନ୍ଦ୍ର ସାହୁ । ଏହି ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ମହିଳାଙ୍କ ସମ୍ମାନ କେବଳ ଶବ୍ଦରେ ନୁହେଁ ବ୍ୟବହାରରେ ହେବା ଆବଶ୍ୟକ । ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ଏପରି ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ଯେପରି ସେମାନେ ମହିଳାଙ୍କୁ ଉଚିତ୍‌ ବ୍ୟବହାର କରିବେ ।

କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ରାଷ୍ଟ୍ରପତି ଆଜି ବିଜ୍ଞାନ ଭବନ ଠାରେ 82 ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌ ସମେତ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି ।

0 Comments