ବିରୋଧ ପରେ ବଦଳିଲା ସରକାରଙ୍କ ନିଷ୍ପତ୍ତି । ପୁରୀ ଓ ଧାର୍ମିକ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍ ବା ବିଚ୍ ସାକ୍ସ। ପୁରୁଣା ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ରାଜ୍ୟର ଅନ୍ୟ ଧର୍ମ ଅନୁଷ୍ଠାନ ଗୁଡିକ ପାଖରେ 5 କିମି ପରିଧିରେ ଖୋଲିବନି ମଦ ଦୋକାନ। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି ସରକାର। ଏନେଇ ସଂଶୋଧିତ ସ୍ବତନ୍ତ୍ର ବିଜ୍ଞପ୍ତି ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଛି । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ପୁରୀ ବେଳାଭୂମି ଯାହାକୁ ଆମେ ମହୋଦଧି ବୋଲି କହୁଛେ ତାର ଆଖପାଖ ଅଞ୍ଚଳରେ ଏପରିକି ପୁରୀ ମ୍ୟୁନିସିପାଲିଟି ତାର ପାଖ ଆଖି ଅଞ୍ଚଳରେ ବିଚ୍ ସାକ୍ସ ଖୋଲାଯିବ ନାହିଁ ସେ କଥାର ସ୍ପଷ୍ଟତା ଆଗରୁ ବି ଥିଲା ଯେହେତୁ କିଛି ଦ୍ବନ୍ଦ୍ବ ଆସିଲା ମାନସିକ ଦ୍ଵନ୍ଦ୍ବ ଉପୁଜିଲା ସେଥିପାଇଁ ସରକାର ମଧ୍ୟ ଗୋଟେ ଅର୍ଡର ମଧ୍ୟ କରିସାରିଛନ୍ତି ସେ ବାବଦରେ ଯେ କୌଣସି ଜାଗାରେ ବିଚ ସାକ୍ସ ଖୋଲାଯିବ ନାହିଁ ।’

ମନ୍ତ୍ରୀ ଆହୁରି କହିଛନ୍ତି, ‘ବିଚ ସାକ୍ସ ଥିଲା ଯେଉଁଠି ଇକୋ ରିଟ୍ରିଟ ବ୍ୟବସ୍ଥା ହେଉଥିଲା ସେଠି ବିଚ୍ ସାକ୍ସ ବ୍ୟବସ୍ଥା ଅନୁମତି ଦିଆଯାଉଥିଲା । ଏବେ ଏକଥାର ସ୍ପଷ୍ଟତା ଅଛି ଯେ, ପୁରୀ ମ୍ୟୁନିସିପାଲଟି ଓ ତାର ଆଖପାଖରେ ଅଞ୍ଚଳରେ ବିଚ୍ ସାକ୍ସ ହେବ ନାହିଁ । ଏପରିକି

େଉଁ ଜାଗା ଇକୋ ରିଟ୍ରିଟ ହେଉଥିଲା କି ନଦୀ କୂଳ ବା ସମୁଦ୍ର କୂଳ ବା ଅନ୍ୟ ଅଞ୍ଚଳ ମାନଙ୍କରେ ଯେଉଁଠି ସାମାଜିକ ଧାର୍ମିକ ଅନୁଷ୍ଠାନ ସହ ଜଡିତ ଥିବା ବା ସଂଶ୍ଳିଷ୍ଟ ଥିବା ସେ ସ୍ଥାନ ଓ ତାର ୫କିମି ବ୍ୟାସାର୍ଦ୍ଧ ପରିସୀମା ପର୍ଯ୍ୟନ୍ତ ବିଚ୍ ସାକ୍ସ ଅନୁମତି ଦିଆଯିବନାହିଁ ।’

ମନ୍ତ୍ରୀ କହିଛନ୍ତି, ‘ଆଗରୁ ସେ ବାବଦରେ ନିଷ୍ପତ୍ତି ଥିଲା ସେ ବାବଦରେ ସ୍ପଷ୍ଟତା ଆଣିବା ପାଇଁ ଏକ ସ୍ବତନ୍ତ୍ର ଅର୍ଡର ଆମେ କରିଛୁ । ଏ ବାବଦରେ ଲୋକଙ୍କ ପାଇଁ ଏକ ପ୍ରକାର ସ୍ପଷ୍ଟତା ଆଣିବା ପାଇଁ ଏନେଇ ଦ୍ବନ୍ଦ୍ବ ଉପରେ ସ୍ପଷ୍ଟତା ରଖିଛନ୍ତି । ଏନେଇ ପୂର୍ବରୁ ନୂଆ ଅବକାରୀ ନୀତି ଆସିବା ପରେ ଏଭଳି ଧାର୍ମିକ ସ୍ଥଳିରେ ବିଚ୍ ସାକ୍ସ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଯାହାକୁ ନେଇ ପଲିସିରେ ପରିବର୍ତ୍ତନ ଆଣିବା ପାଇଁ ଅବକାରୀ କମିଶନଙ୍କ ପକ୍ଷରୁ ଏନେଇ ଏକ ଡ୍ରାଫ୍ଟ ରିପୋର୍ଟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।’

ପର୍ଯ୍ୟଟନ ବିଭାଗର ତଥ୍ୟ ଆଧାରରେ କିଛି ବିଚରେ ବିଚ୍ ସାକ୍ସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଭଳି ଜଗନ୍ନାଥ ଧାମ ଓ ଭଳି ଅନେକ ଧାର୍ମିକ ଅନୁଷ୍ଠାନ ସଂଶ୍ଳିଷ୍ଟ ନଦୀର ପଠା ବିଚ୍ ଓ ଆଖପାଖ ୫ କିମି ପର୍ଯ୍ୟନ୍ତ ପରିସୀମାରେ ବିଚ୍ ସାକ୍ସ ଅନୁମତି ଦେଲେ ତାହା ଲୋକଙ୍କ ଉପରେ ଧାର୍ମିକ ଭାବାବେଗ ଉପରେ ଏକ ବିପରୀତ ଆଘାତ ହେବ ଦୃଷ୍ଟିରୁ ଏନେଇ ପଲିସିରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅବକାରି କମିଶନଙ୍କ ପକ୍ଷରୁ ଗତ ୨ସେପ୍ଟେମ୍ବରରେ ଏନେଇ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ବିଚାର ବିମର୍ଶ କରି ବିଭାଗ ପକ୍ଷରୁ ଏଭଳି ନୂଆ ନିଷ୍ପତ୍ତି ନିଆଯାଇଛି ।

0 Comments