ଭୁବନେଶ୍ବର: ଆଗକୁ ଆସୁଛି ଦଶହରା । ଏହା ପୂର୍ବରୁ ଦ୍ୱୈତନଗରୀ ସହ ରାଜ୍ୟର ସବୁ ସହରର ରାସ୍ତା ମରାମତି କାମ ସରିବ । ଏଥିପାଇଁ ଡେଡ୍‌ଲାଇନ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ସହରର ରାସ୍ତା ମରାମତି କାର୍ଯ୍ୟ ଅକ୍ଟୋବର ୫ ସୁଦ୍ଧା ଶେଷ ହେବ । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଦ୍ବୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହାସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ।

ପୂର୍ତ୍ତ ମନ୍ତ୍ରୀ 

dient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ପୃଥୀରାଜ ହରିଚନ୍ଦନ କହିଛନ୍ତି, "ପାର୍ବଣ ଋତୁ ପୂର୍ବରୁ ଭୁବନେଶ୍ବର ଓ କଟକରେ ଯେତେ ସବୁ ରାସ୍ତା ଅଛି ସେସବୁର ମରାମତି କରି ଲୋକମାନଙ୍କର ଯାତାୟତକୁ ସୁଗମ କରିବା ପାଇଁ ତାକୁ ଆଖି ଆଗରେ ରଖି ଏକ ସମନ୍ବୟ ବୈଠକ ଡକାଯାଇଥିଲା । ଆସନ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ସବୁ ରାସ୍ତାର ମରାମତି ପାଇ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୫ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବ । କାମରେ ସାମାନ୍ୟ ଅବହେଳା ହେବ ନାହିଁ । ଯେପରି ଲୋକମାନଙ୍କର କୌଣସି ସମସ୍ୟା ହେବ ନେହିଁ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।"

ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଥିବା ମୋଟ ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତା ଅବସ୍ଥା ଖରାପ ହୋଇ ପଡ଼ିଛି । ସେଥିମଧ୍ୟରୁ ୩୧୬ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୬୯ଟି ରାସ୍ତାରେ ବଡ଼ ତଥା ବ୍ୟାପକ ମରାମତି ଆବଶ୍ୟକ । ରାଜଧାନୀ ଭୁବନେଶ୍ବରରେ ମୋଟ ୭୯୮ କିଲୋମିଟର ବିଶିଷ୍ଟ ୮୧୮ଟି ରାସ୍ତା ରହିଥିବା ବେଳେ ୨୨୨ କିଲୋମିଟର ବିଶିଷ୍ଟ ୩୫୧ଟି ରାସ୍ତାରେ ମରାମତି ଆବଶ୍ୟକ । ସେଥିମଧ୍ୟରୁ ୧୫୦.୭୬ କିଲୋମିଟର ବିଶିଷ୍ଟ ୨୮୯ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୭୧ କିଲୋମିଟର ବିଶିଷ୍ଟ ୬୨ଟି ରାସ୍ତାରେ ବ୍ୟାପକ ମରାମତି ଦରକାର ।

ସେହିପରି କଟକରେ ମୋଟ ୧୯୭ କିଲୋମିଟର ବିଶିଷ୍ଟ ୯୫ଟି ରାସ୍ତା ରହିଥିବା ବେଳେ ୮୦ କିଲୋମିଟର ବିଶିଷ୍ଟ ୩୪ଟି ରାସ୍ତାରେ ଆବଶ୍ୟକ ମରାମତି । ସେଥିମଧ୍ୟରୁ ୨୭ଟି ରାସ୍ତାରେ ୭୦ କିଲୋମିଟର ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୭ଟି ରାସ୍ତାର ୯.୫୯ କିଲୋମିଟରରେ ଆବଶ୍ୟକ ବ୍ୟାପକ ମରାମତି ।

0 Comments