ଭୁବନେଶ୍ବର:

ck_4cce57; font-size: 17px;"> ଆଜିଠାରୁ ଭୁବନେଶ୍ଵରରେ ଆରମ୍ଭ ହୋଇଛି 'ସୁଭଦ୍ରା’ ସ୍ୱାଗତ ପଦଯାତ୍ରା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓଙ୍କ ସମେତ ସାଂସଦ ଅପରାଜିତା ଷଡଙ୍ଗୀ,ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ବିଏମସି କମିଶନର ଏବଂ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଭୁବନେଶ୍ଵର ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ତେବେ ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧ଟଙ୍କା । ଆସନ୍ତା ୧୭ରେ ମିଳିବ ପ୍ରଥମ କିସ୍ତି । ପରୀକ୍ଷାମୂଳକ ଭାବେ ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ୧ଟଙ୍କା । ୧୭ତାରିଖରେ ଆସିବ ପ୍ରଥମ କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନା ନପହଞ୍ଚିବା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ୧୭ ତାରିଖ ପରେ ବି ପଞ୍ଜୀକରଣ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ । ଏବେ ଯାଏଁ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଲେଣି । ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସାମିଲ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।"

ଆସନ୍ତା ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କ ଜନ୍ମ ଦିନରେ ଜନତା ମଇଦାନରେ ଲୋକାର୍ପଣ ହେବ 'ସୁଭଦ୍ରା ଯୋଜନା' । ସେଦିନ ହିଁ ହିତାଧିକାରୀଙ୍କ ପାଖକୁ ଯିବ ପ୍ରଥମ ସୁଭଦ୍ରା କିସ୍ତି ଟଙ୍କା ।

0 Comments