କଟକ: ଓଡିଶା ସିଭିଲ ସର୍ଭିସର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ । OAS ପାଇଁ ପ୍ରିଲିମ ପରୀକ୍ଷା । ଏହି ପରୀକ୍ଷାରେ ଯେଉଁ ମାନେ କୃତକାର୍ଯ୍ୟ

େବେ, ବା ପାସ୍ କରିବେ, ସେମାନେ ମୁଖ୍ୟ ପରୀକ୍ଷା ବା ଲିଖିଲ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ । OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଆସନ୍ତାମାସ (ଅକ୍ଟୋବର) ୨୭ ତାରିଖ, ରାଜ୍ୟର ବିଭିନ୍ନ କେନ୍ଦ୍ରଗୁଡ଼ିକରେ ଅନୁଷ୍ଠିତ ହେବ । ପ୍ରିଲିମ ପରୀକ୍ଷାରେ ଦୁଇଟି ପେପର ରହିବ । ସେଗୁଡ଼ିକ ହେଲା- ୧: ଜେନେରାଲ ଷ୍ଟଡିଜ ପେପର ୱାନ ଏବଂ ୨: ଜେନେରାଲ ଷ୍ଟଡିଜ ପେପର ଟୁ । ପ୍ରତି ପେପର ୨୦୦ ମାର୍କ ବିଶିଷ୍ଟ ରହିବ ଏବଂ ପ୍ରତି ପରୀକ୍ଷାର ସମୟ ଦୁଇଘଣ୍ଟା ଧାର୍ଯ୍ୟ କରାଯାଇଛି ।

OPSC ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷାରେ ନେଗେଟିଭ ମାର୍କିଂ ବ୍ୟବସ୍ଥା ରହିଛି । ଅର୍ଥାତ ଯଦି କୈଣସି ପରୀକ୍ଷାର୍ଥୀ ଗୋଟିଏ ପ୍ରଶ୍ନର ଉତ୍ତର ଭୁଲ ଦିଅନ୍ତି, ତେବେ ନେଗେଟିଭ ମାର୍କ ଭାବେ ଗଣାଯିବ । ପ୍ରତି ଭୁଲ ଉତ୍ତର ପାଇଁ .25 Mark(ଦଶମିକ .୨୫ ନମ୍ବର) କଟିବ । ଅର୍ଥାତ ଜଣେ ପରୀକ୍ଷାର୍ଥୀ ୪ଟି ଭୁଲ କଲେ ୧ ନମ୍ବର କଟିବ । ସେହି ଅନୁସାରେ ପରୀକ୍ଷାର୍ଥୀମାନଙ୍କର ମୋଟ ମାର୍କ ହିସାବ କରାଯିବ ।

ଯେଉଁ ପରୀକ୍ଷାର୍ଥୀ ପ୍ରିଲିମରେ କୃତକାର୍ଯ୍ୟ ହେବେ, ସେମାନେଙ୍କୁ ମେନ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ । ମୁଖ୍ୟ ଲିଖିତ ପରୀକ୍ଷା ବା MAINSରେ ମଧ୍ୟ ଦୁଇଟି ପେପର ରହିବ । ଯେଉଁ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ପାସ୍ କରିବେ, ସେମାନଙ୍କୁ ସାକ୍ଷାତକାର ବା Interview ପାଇଁ ଡକାଯିବ । ସାକ୍ଷାତକାର ପରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ । ଅର୍ଥାତ ଲିଖିତ ଏବଂ ସାକ୍ଷାତକାର ପରୀକ୍ଷାର ନମ୍ବରକୁ ମିଶାଇ, ପଦବୀକୁ ଲକ୍ଷ୍ୟରେ ରଖି, ଚୂଡ଼ାନ୍ତ କଟ୍ ଅଫ ମାର୍କ ସ୍ଥିର କରାଯିବ ଏବଂ ରେଜଲ୍ଟ ପ୍ରକାଶ ପାଇବ ।

0 Comments