ଭୁବନେଶ୍ବର: ଆସନ୍ତା 17ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଜନତା ମଇଦାନରେ ସରକାରୀ କାର୍ଯ୍ୟକ୍ରମ ଥିବାରୁ ବିପୁଳ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ଏଥିସହ ସରକାରୀ କାର୍ଯ୍ୟାଳୟ ପ୍

ଥମାର୍ଦ୍ଧ ଛୁଟି ରହିଛି ।

ସେପ୍ଟେମ୍ବର 17ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଭୁବନେଶ୍ବରରେ ଜନସମାଗମ ହେବ । ତେଣୁ ସ୍କୁଲ ଓ କଲେଜ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଦିନ 2ଟା ଯାଏ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ଶୁକ୍ରବାର ସୁଦ୍ଧା 50 ଲକ୍ଷରୁ ଊର୍ଦ୍ଧ୍ଵ ପହଞ୍ଚି ସାରିଲାଣି ସୁଭଦ୍ରା ଆବେଦନ ସଂଖ୍ୟା । ଆଗକୁ ଆହୁରି ବଢିପାରେ । ପ୍ରତି ବ୍ଲକ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ବାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ମୋଦି ଆସୁଛନ୍ତି ସୁଭଦ୍ରା ଯୋଜନା ଲୋକାର୍ପଣ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ସେହିପରି ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଣ୍ଟିବେ । ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ରାଜ୍ୟର ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବାସର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପଠାଇବେ ପ୍ରଧାନମନ୍ତ୍ରୀ । ସେହିପରି ଆବାସ ଆପ୍ ମଧ୍ୟ ଉନ୍ମୋଚନ କରିବେ ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, ଓଡ଼ିଶାରେ ବହୁ ହିତାଧିକାରୀ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିଲେ ଯେ,ଏହାର ଆରମ୍ଭ ଓଡିଶାରୁ ହେବ । ଓଡ଼ିଶାରେ 15 ଲକ୍ଷ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

0 Comments