ନୂଆଦିଲ୍ଲୀ: ବିବାଦରେ ଫସିଥିବା ଟ୍ରେନିଂ IAS ପୂଜା ଖେଡକର ଉପରେ ବଡ଼ ଆକ୍ସନ ନେଲା କେନ୍ଦ୍ର । ତତ୍କାଳ ପ୍ରଭାବରେ ଆଇଏସଏସ ପଦରୁ ବିଦା କରିଛନ୍ତ

କେନ୍ଦ୍ର ସରକାର । ଆଇଏଏସ ନିୟମ 1954ର ଧାରା 12 ଅଧିନରେ କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ କାର୍ଯ୍ୟାନ୍ତର କରିଛନ୍ତି । UPSC ପରୀକ୍ଷାରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିଲେ ପୂଜା ଖେଡକର । ଯାହାକୁ ନେଇ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା UPSC । ଏହାପରେ ଆଜି ତାଙ୍କ ଉପରେ ଆକ୍ସନ ନେଇଛି କେନ୍ଦ୍ର ।

ପୂଜା ଖେଡକର 2022ରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ପ୍ରୋବେସନ ପରିୟଡରେ ଥିବା ବେଳେ ଦାମୀ ଡିମାଣ୍ଡ କରି ଚର୍ଚ୍ଚାକୁ ପରିଧିକୁ ଆସିଥିଲେ । ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ କଳାକାରନାମା ପଦାକୁ ଆସିଥିଲା । ନକଲି ଜାତି, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ କିଛି ନିର୍ଦ୍ଦିଷ୍ଟ ବର୍ଗର ପାଇଁ ଏହି ପରୀକ୍ଷା ଲାଗି କୋହଳ ନିୟମର ଦୁରୂପଯୋଗ କରିଥିଲେ । ନିଜ ନାଁ, ବାପା ମାଆଙ୍କ ନାଁ ଫଟୋ ସବୁଥିରେ ହେରଫେର କରିଥିବା ଅଭିଯୋଗ ରହିଛି । ଯାହାକୁ ନେଇ ୟୁପିଏସସି ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ମହାରାଷ୍ଟ୍ରର ପୂଣରେ ପୂଜାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର ଓ କର୍ମଚାରୀ ଦାବି କରିଥିଲେ । ଏଥିସହ ଅନେକ ଥର ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ । ତାଙ୍କର ଏପରି ଡିମାଣ୍ଡ ଦେଖି ଜିଲ୍ଲାପାଳ ପୂଜାଙ୍କ ଦାବି ଗୁଡିକୁ ମୁଖ୍ୟ ସଚିବଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ବଦଳି କରାଯାଇଥିଲା । ପରେ ପୂଜା ଖେଡକରଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏପରିକି ପୁରୁଣା ମାମଲାରେ ତାଙ୍କ ମାଆଙ୍କୁ ଗିରଫ କରିଥିଲା । ଶେଷରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ।

0 Comments