ନୂଆଦିଲ୍ଲୀ : ସବୁ ଚ

୍ଚ୍ଚାରେ ଲାଗିଲା ବିରାମ । ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଲେ ଷ୍ଟାର ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ହରିୟାଣା ବିଧାନସଭା ନିର୍ବଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଛନ୍ତି ଦୁଇ କୁସ୍ତିଯୋଦ୍ଧା । ଉଭୟ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏହା ଭିତରେ କିଛିଦିନ ପୂର୍ବରୁ ଉଭୟ ଯାଇ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଆଜି ପ୍ରଥମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିବା ପରେ ଦଳୀୟ ମୁଖ୍ୟାଳୟରେ ଉଭୟ କଂଗ୍ରେସର ହାତ ଧରିଛନ୍ତି ।

କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଉଭୟ ଭିନେଶ ଓ ବଜରଙ୍ଗ ପ୍ରଥମେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିଥିଲେ । ଖଡ୍‌ଗେଙ୍କ ବାସଭବନରେ ଏହି ସାକ୍ଷାତ ସମୟରେ ଦଳର ସଂଗଠନ ମହାସଚିବ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ । 'ଚକ୍‌ ଦେ ଇଣ୍ଡିଆ, ଚକ୍‌ ଦେ ହରିୟାଣା' କ୍ୟାପ୍ସନ ସହିତ ଏହି ସମୟର ଫଟୋ ନିଜେ ଖଡ୍‌ଗେ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ଏହାକୁ କଂଗ୍ରେସ ଦଳର ଆଧିକାରୀକ ଏକ୍ସ ହ୍ୟାଣ୍ଡେଲରେ ମଧ୍ୟ ରି-ପୋଷ୍ଟ କରାଯାଇଛି । ଏହାପରେ ଦଳର ଦିଲ୍ଲୀ ମୁଖ୍ୟାଳୟରେ ଉଭୟ ବିଦ୍ଧିବଦ୍ଧ ଭାବେ କଂଗ୍ରେସର ହାତ ଧରିଛନ୍ତି ।

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ 4 ସେପ୍ଟେମ୍ବରରେ ଉଭୟ ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କ ଭଳି ଦଳର ହାଇକମାଣ୍ଡଙ୍କୁ ଭେଟିଥିଲେ ।

0 Comments