ଆଜି କେନ୍ଦୁଝର ଆମ୍ ଆଦମୀ ପାର୍ଟି ତରଫରୁ କେନ୍ଦୁଝର ଜିଲ୍ଲାର ତଥା ପୌରପାଳିକା ର ସମସ୍ୟାକୁ ନେଇ ଏକ 15 ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦିଆଯାଇଛି। ଗତ ଦୁଇ ମାସ ମଧ୍ୟରେ ପୌରପାଳିକା ମଧ୍ୟରେ ଥିବା ଡେଲି ମାର୍କେଟ, ଗାନ୍ଧୀ ଛକ ନିକଟରେ ଥିବା ପୌରପାଳିକା ମାର୍କେଟ ର ସମସ୍ୟା ତଥା ବର୍ଦ୍ଧିତ ହଲ୍ଡିଙ୍ଗ ଟିକସ କମାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। କିନ୍ତୁ 2 ମାସ ବିତିଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇନଥିଲା। ଫଳରେ ଜନସାଧାରଣ ଙ୍କୁ ସାଥିରେ ନେଇ ଆମ୍ ଆଦମୀ ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ ଧୋବଡିହା ଛକ ଠାରୁ ଏକ ବିଶାଳ ରାଲି ରେ ବାହାରି ଗାନ୍ଧୀ ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଯଦି ବିଜେପି ପ୍ରତିଶୃତି ଦେଇଥିବା କାର୍ଯ୍ୟଗୁଡ଼ିକ କାର୍ଯ୍ୟକାରୀ ନ ହୁଏ ତେବେ ଧାରଣ ଦିଆଯିବ ବୋଲି ଜିଲ୍ଲା ସଭାପତି ମେଘନାଥ ମାଝୀ କହିଥିଲେ। ଗତ ନିର୍ବାଚନ ସମୟରେ ସମ୍ବଲପୁର ଠାରେ ବିଜେପି ର ନେତା ଧର୍ମେନ୍ଦ୍ର ପ୍ରଧାନ ଭାଷଣ ମାଧ୍ୟମରେ ବିଜେଡି ର 100 ୟୁନିଟ୍ ବିଜୁଳି ମାଗଣା ଦେବା ପ୍ରସଙ୍ଗରେ କଟାକ୍ଷ କରି ମୋଦୀ 300 ୟୁନିଟ୍ ବିଜୁଳି ମାଗଣା ଦେବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଓଡ଼ି
ାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଜୁଳି ମାଗଣା ମିଳିବନି ବୋଲି ବିଧାନସଭା ରେ କହିଥିଲେ। ସେହିପରି କେନ୍ଦୁଝର ର ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡ଼ିଥିବା ନେତା ଜୟକୃଷ୍ଣ ନାଏକ କହିଥିଲେ। ଡି ଏମ ଏଫ୍ ମାଧ୍ୟମରେ ମାଗଣା ଓ ଉଚ୍ଚମାନର ଚିକିତ୍ସା ନିମନ୍ତେ ଦାବୀ କରିଥିଲେ । ଶିକ୍ଷା ବ୍ୟବସ୍ଥା ରେ ସୁଧାର ତଥା ସମସ୍ତ ପଦବୀ ପୂରଣ ନିମନ୍ତେ ପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ଖଗେଶ୍ବର ମହାନ୍ତ କହିଥିଲେ। ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସାଇକେଲ ତଥା ଯନ୍ତ୍ରପାତି ପୁଣି ଯୋଗାଇଦେବା ନିମନ୍ତେ ଲୋକସଭା ସଭାପତି ଭବାନୀ ଶଙ୍କର ମହାନ୍ତ ଦାବୀ ଜଣାଇଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଧାନ କିଣା ଆରମ୍ଭ ହୋଇଥିବା ସତ୍ତ୍ଵେ ଆମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଚାଷୀ ମାନଙ୍କୁ ଟୋକନ ଦିଆଯାଇ ନାହିଁ, ତୁରନ୍ତ ଟୋକନ ଦେଇ ଧାନ କିଣା ଆରମ୍ଭ କରାଯିବା ସହିତ ସମସ୍ତ ଦାବୀ କୁ ପୂରଣ କରିବା ନିମନ୍ତେ ସରକାର ଙ୍କୁ କହିଥିଲେ। ରାଜ୍ୟ ପ୍ରଭାରୀ ବାନାମ୍ବର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାଶରଥି ମହାନ୍ତ, ଶୁଭଙ୍କର ମହାନ୍ତି, ଜୈନୁଲ ଆବେଡିନ, ସୁଧୀର କୁମାର ମହାନ୍ତ, ଦିପୁ ମହାନ୍ତ, ସନ୍ତୋଷ ବାରିକ, ପ୍ରିତିଶ୍ ହେମ୍ବ୍ରମ୍, ଚିତ୍ତରଞ୍ଜନ ନାଏକ, ବାସନ୍ତୀ ନାଏକ, ସନାତନ ନାଏକ ପ୍ରମୁଖ ଯୋଗଦେଇଥିଲେ।