ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆସନ୍ତା ନଭେମ୍ବର ୨୦ ତାରିଖ ଠାରୁ ଓଡ଼ିଶାରେ ଖରିଫ୍ ଧାନ କିଣା କାରବାର ଶୁଭାରମ୍ଭ ହେବ। ଏହି ଧାନ କିଣା କାରବାରରେ ବ୍ୟାପକ ସୂଛତା ର ସହିତ ହେବା ସହିତ ମିଲ ମାଲିକ ମାନକଂର ଦାଦାଗିରି କୁ ବଂଦ କରାଯିବ। ତତସହିତ ଧାନ କିଣା କାରବାରରେ ଯଦି କୌଣସି ଅଧିକାରୀ, କର୍ମଚାରୀ ଅସାଧୁ ଉପାୟ ଅବଲମ୍ବନ କରନ୍ତି, ସେମାନକଂ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଓଡ଼ିଶା ର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଚାଷୀ ମାନଙ୍କ ର ଆୟ କୁ ଦୁଇ ଗୁଣା କରିବା ପାଇଁ ବିଜେପି ମୋହନ ଚରଣ ମାଝି ସରକାର ୪ ମାସ କାଯ୍ୟକାଳ ଅବଧି ମଧ୍ୟରେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା, ୬ ଲକ୍ଷ ଚାଷୀ ମାନଙ୍କୁ ପି. ଏମ. କିସାନ
ରେ ସାମିଲ କରିବା, ସି. ଏମ. କିସାନ ଯୋଜନା ପ୍ରାରମ୍ଭ କରି ୪୬ ଲକ୍ଷ ଚାଷୀ ଙ୍କୁ ସାମିଲ କରିବା, ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା, ଚାଷୀ ପରିବାର ପିଲା ମାନଙ୍କୁ ଉଚ ଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ ନିମିତ୍ତ, ୩୧୪ ବ୍ଲକ ରେ ପନିପରିବା ମଣ୍ଡି କରିବା ନିଷ୍ପତି ଐତିହାସିକ ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଅନୁବ୍ରତ ବେହେରା, ଜିଲ୍ଳା ପ୍ରଭାରୀ ଶ୍ରୀ ଶକଂର୍ଶଣ ଜେନା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ, ରାଧାକାନ୍ତ ମହାନ୍ତ, ପ୍ରକାଶ ସୂତ୍ରଧର, ରାଜେଶ କୁମାର ସିଂହ, ଭାବଗ୍ରାହୀ ମହାନ୍ତ, ଜୟକୃଷ୍ଣ ମହାନ୍ତ, ଅନନ୍ତ ସାହୁ, ସୁଧାକର ସାହୁ, ପ୍ରମୋଦ କୁମାର ସାହୁ, ପ୍ରମୁଖ କଂ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।