କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ପଞ୍ଚମ ୟୁନିକ୍ କପ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ ଭଦ୍ରକ ଏକାଦଶ ଓ ୟୁନୀୟନ ସ୍ପର୍ଟିଂ, କଟକ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଟଚ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲା ୟୁନୀୟନ ସ୍ପର୍ଟିଂ, କଟକ। ନିର୍ଦ୍ଧାରିତ ୩୫ ଓଭରରେ ୟୁନୀୟନ ସ୍ପର୍ଟିଂ ସମସ୍ତ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରିଥିବା ବେଳେ ଭଦ୍ରକ ଏକାଦଶ ପକ୍ଷରୁ ଆଲୋକ ବାରିକ ୪ ଟି ଓ ଅମରଜିତ୍ ଉପାଧ୍ୟାୟ ୩ଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ। ଏହାର ଜବାବରେ ଭଦ୍ରକ ଏକାଦଶ ୩୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୬୨ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ୟୁନୀୟନ ସ୍ପର୍ଟିଂର ଶୁଭମ୍ ପ୍ରିୟଦର୍ସୀ ଓ ସୋହମ୍ ରାଜ ମହ
ାପାତ୍ର ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ମ୍ୟାଚ ଶେଷରେ ୟୁନୀୟନ ସ୍ପର୍ଟିଂ, କଟକ ର ଅଧିନାୟକ ପଙ୍କଜ ସେନାପତିଙ୍କୁ ମ୍ୟାନ ଅଫ ଦି ମ୍ୟାଚରେ ପୁରସ୍କୃତ କରିଥିଲେ ଅତିଥି ବରିଷ୍ଠ କ୍ରିକେଟ ଖେଳାଳି ଜଗନ୍ନାଥ ଦାସ ଓ ସଞ୍ଜୀବ ପଟ୍ଟନାୟକ। ଏହି ଦ୍ୱିତୀୟ ଦିନ ମ୍ୟାଚରେ ଓମ୍ପିୟାର ଭାବେ ଓସିଏ ମାନ୍ୟତା ପ୍ରାପ୍ତ ଆଶୁତୋଷ ପାଣି ଓ ଦୁର୍ଗା ପଲେଇ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ବାବୁ ସିହ୍ନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଦୀପକ ସେଠୀ ତାପସ ବେହେରା ପରିଚାଳନା କରିଥିଲେ । ଆସନ୍ତା କାଲି ୟୁନୀୟନ ସ୍ପର୍ଟିଂ, କଟକ ଓ ପ୍ରଗତି ସ୍ପର୍ଟିଂ, ଭୁବନେଶ୍ୱର ମଧ୍ୟରେ ପ୍ରଥମ ସେମି ଫାଇନାଲ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।