ଭୁବନେଶ୍ବର: ଦିନେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ତାରିଖ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ । ସେହପରି GPS ରିପୋର୍ଟରେ କିଛି ସୁଡ଼ଙ୍ଗ ନଥିବା ସ୍ପଷ୍ଟ ହୋଇଛି । ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା ଥିଲା ସେମିତି କିଛି ନାହିଁ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ସରକାରୀ କ୍ବାର୍ଟର ଭଡ଼ାକୁ ଦେଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଆଇନ ମନ୍ତ୍ରୀ
-tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_43e412, __Noto_Sans_Fallback_43e412; font-size: 17px;">ପୃଥ୍ୱୀରାଜ ହରିଚନ୍ଦନ
କହିଛନ୍ତି, "ଜାନୁଆରୀ ୩୧ ତାରିଖ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି ଏବଂ ଗଣତି ମଣତି । ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନ ଥିବା ସ୍ପଷ୍ଟ ହୋଇଛି । କିମ୍ବା ଧାତବ ଜିନିଷ ଥିବା ନେଇ ଯେଉଁ ପରିକଳ୍ପନା ଥିଲା କିନ୍ତୁ ସେମିତି କିଛି ନାହିଁ । ସେ ପର୍ଯ୍ୟାୟ ସରିଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ମନ୍ଦିର ପ୍ରଶାସନ ଆଲୋଚନା ସରିଛି । ଆଜି ଏଏସଆଇ ସିଡ୍ୟୁଲ ଦାଖଲ କରିବ । ତୁରନ୍ତ କାମ ଆରମ୍ଭ ପାଇଁ ମନ୍ଦିର ପ୍ରଶାସନ ଏଏସଆଇକୁ ଅନୁମତି ପତ୍ର ଦିଆଯାଇଛି । ଆଶା କରୁଛୁ ଦିନେ ଦୁଇ ଦିନରେ କାମ ଆରମ୍ଭ ହେବ । ଭିତର ସଫା କରି ଶୀଘ୍ର ମରାମତି ଆରମ୍ଭ ହେବ । ଆଗ ମରାମତି ସରିଲେ ଆସ୍ଥୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ । ପରେ ଏକ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ ।"
ସେହିପରି ଅନ୍ୟ ଏକ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି, "ସରକାରୀ କ୍ଵାର୍ଟର ଜବରଦଖଲ, ଭଡା ଲଗାଇବା ଉପରେ ସରକାର କଠୋର ହେବେ । ସରକାରୀ କ୍ଵାର୍ଟର ଭଡାକୁ ଲଗାଇଲେ, ଆଲର୍ଟମେଣ୍ଟ ହୋଇଥିବା ବ୍ୟକ୍ତି, ଭଡାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନେକ ଜାଗାରେ ସରକାରୀ କ୍ଵାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ଅନେକ ଜାଗାରେ ଲୋକେ କ୍ଵାର୍ଟର ମାଡି ବସିଛନ୍ତି । ଏହା ଉପରେ GA ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି ଓ ଏଭଳି ହେଉଥିବା ଜାଗାରେ ଉଚ୍ଛେ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସରକାରୀ କ୍ଵାର୍ଟର ଯେମିତି ମିଳିବା କଥା ସେଭଳି ବ୍ୟବସ୍ଥା ହେବ । ଯେଉଁ ଅଞ୍ଚଳରେ ଘର ହେଉଛି ବା ପୁରୁଣା ହୋଇଗଲାଣି ତାକୁ ଭାଙ୍ଗି ନୂଆ ଆକାରରେ ଭର୍ଟିକାଲ ଆକାରରେ ତିଆରି କରାଯିବ । ଯାହା ଫଳରେ ଗୋଟିଏ ଜାଗାରେ ବହୁତ ଲୋକ ରହିପାରିବେ । ସେହି ବାବଦରେ ଆମ ସରକାର କାର୍ଯ୍ୟ କରୁଛି ।"