="font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନର ଅଭିଯୋଗକୁ ଅସ୍ବୀକାର କରିବା ସହ ଏହାକୁ ଭିତ୍ତିହୀନ କହିଛି ଆଦାନୀ ଗ୍ରୁପ । ଆମେ ଆଇନକୁ ପାଳନ କରୁଥିବା ସଂସ୍ଥା ଅଟୁ । ଗ୍ରୁପର ମୁଖ୍ୟପାତ୍ର ଏକ ବିବୃତ୍ତିରେ କହିଛନ୍ତି କି, ୟୁସ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ ଓ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଆଣିଥିବା ଅଭିଯୋଗ ଭିତ୍ତିହୀନ ଅଟେ । ଏଥିପାଇଁ ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନ ଆମେ ଗ୍ରହଣ କରିବୁ । ସେ ଆହୁରି କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଲଗାଯାଇଥିବା ଅଭିଯୋଗ ସାବ୍ୟସ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଦୋଷୀ ଭାବେ ଗଣାଯାଏ ନାହିଁ ।
ଆଦାନୀ ଗ୍ରୁପ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧୀକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ବଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ ପ୍ରତିବଦ୍ଧ ଅଟେ । ଆମର ହିତାଧିକାରୀ, ଭାଗିଦାରୀ ଓ କର୍ମଚାରୀଙ୍କୁ ନିଶ୍ଚିତ କରୁଛୁ, ଆମେ ଆଇନ ପାଳନ କରୁଥିବା ସଂଗଠନ ଅଟୁ । ଆମେ ଆଇନ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛୁ ।
ଲାଞ୍ଚ ମାମଲା ଆସିବା ପରେ ଗୌତମ ଆଦାନୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଆମେରିକା ଗମ୍ଭୀର ଅଭିଯୋଗ ଆଣିବା ପରେ କେନିଆରେ ଚାଲିଥିବା ଆଦାନୀଙ୍କ ପ୍ରକଳ୍ପ ଗୁଡିକୁ ରଦ୍ଦ କରିଛନ୍ତି କେନିଆ ସରକାର । ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି । କେନିଆ ରାଷ୍ଟ୍ରପତି ଆଦାନୀ ଗ୍ରୁପ ସହ ଜଡିତ 2ଟି ପ୍ରମୁଖ ପ୍ରକଳ୍ପକୁ ବାତିଲ ଘୋଷଣା କରିଛନ୍ତି । ପ୍ରକଳ୍ପ ଦୁଇଟି ହେଲା ନାଇରୋବିରେ ପ୍ରସ୍ତାବିତ ଏୟାରପୋର୍ଟ ଓ ଶକ୍ତି ପ୍ରକଳ୍ପ ।
ଆଦାନୀଙ୍କୁ ଉପରେ ଲାଞ୍ଚ ଅଭିଯୋଗ ଆସିବା ପରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଶିଳ୍ପପତି ଗୌତମ ଆଦାନୀଙ୍କୁ ଗିରଫ ଦାବି କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ଏହି ଶିଳ୍ପପତି ଆମେରିକାରେ ଆଇନକୁ ଭାଙ୍ଗିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ।