ଭୁବନେଶ୍ୱର: ହିତାଧିକାରୀଙ୍କ ଖାତାକୁ ଆସିଛି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା । ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା 22 ପ୍ରତିଶତ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ସହାୟତା ରାଶି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଲେ ରାଜ୍ୟ ସରକାର । ସୁନ୍ଦରଗଡ କାର୍ଯ୍ୟକ୍ରମରୁ 20 ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ ଉପସ୍ଥିତ । ଏପଟେ ଝାରସୁଗୁଡା ଗସ୍ତ ସମୟରେ ଜିଲ୍ଲାର ସର୍ବାଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା ବୋଲି

ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା 2 ଲକ୍ଷ 67 ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି । ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ମହିଳାଙ୍କୁ ସହାୟତା ମିଳିବ । ବାକି ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେଠି ସମାଧାନ ହୋଇଗଲେ, ସେମାନଙ୍କୁ ଡିସେମ୍ବରରେ ଟଙ୍କା ମିଳିବ," ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ଆବେଦନ ବିଭିନ୍ନ କାରଣରୁ ରିଜେକ୍ଟ ହୋଇଥିଲା । ରିଜେକ୍ଟ ହୋଇଥିବା ପ୍ରାୟ 22 ପ୍ରତିଶତ ଆବେଦନ କରେକ୍ସନ ହୋଇଛି ବୋଲି ଗତକାଲି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ 60 ଲକ୍ଷ 27 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ଆଜି ଆଉ 20 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁନ୍ଦରଗଡ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 1କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମିଳିସାରିଛି ସୁଭଦ୍ରା ଟଙ୍କା ।

ବିଜେପି ସରକାରର ଫ୍ଲାଗସିପ୍ ଯୋଜନା ହେଲା 'ସୁଭଦ୍ରା ଯୋଜନା' । ନିର୍ବାଚନ ସମୟରେ ମହିଳା ଭୋଟ ଆଖିରେ ରଖି ଏପରି ପ୍ରତିଶୃତି ଦେଇଥିଲା ବିଜେପି । ଗତ ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀ ଆଗାମୀ 5 ବର୍ଷ ପାଇଁ ବର୍ଷକୁ ଦୁଇଟି କିସ୍ତିରେ 5 ହଜାର ଲେଖାଏଁ 10 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଅନ୍ୟ କିସ୍ତିଟି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ-8)ରେ ମିଳିବ।

0 Comments