ଆସିଛି ମହାରାଷ୍ଟ୍ର ଓ ଝାଡଖଣ୍ଡର ଫୈସଲା । ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ସୁନାମି । ମହାରାଷ୍ଟ୍ର ମହାରଣରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ବମ୍ପର ବିଜୟ ହାସଲ କରିଛି । ସେପଟେ ଝାଡ଼ଖଣ୍ଡରେ ପୁଣି ଚାଲିଲା ହେମନ୍ତ ରାଜ । JMM ଓ ଇଣ୍ଡିଆ ମେଣ୍ଟ ବିପୁଳ ବିଜୟ ହାସଲ କରିଛି । ପରିବର୍ତ୍ତନ ନୁହେଁ ଏଥର ପୁଣି ଥରେ ମହାରାଷ୍ଟ୍ରରେ ମହାୟୁତି ଓ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିଛି ।

288ଟି ଆସନରୁ ଖବର ଲେଖାଯିବା ସୁଦ୍ଧା ବିଜେପି 128 ସିଟରେ ଜିତିଥିବା ବେଳେ 4 ଆସନରେ ଆଗୁଆ ରହିଛି । ସେହିପରି ସିନ୍ଦେଙ୍କ ଶିବସେନା 56ଟି ଆସନରେ ବାଜିମାତ କରିଥିବା ବେଳେ 1ଟି ଆସନରେ ଆଗୁଆ ରହିଛି । ଏଥିସହ ଅଜିତ ପାୱାରଙ୍କ ଜାତୀୟ କଂଗ୍ରେସ ପାର୍ଟି ଏନସିପି 40ଟି ସିଟରେ ଜିତିଥିବା ବେଳେ 1ଟି ସିଟିରେ ଆଗୁଆ ରହିଛି ।

ସେହିପରି ମହାଅଘାଡି ବିକାଶ ମେଣ୍ଟରୁ ଉଦ୍ଧବ ଠାକରେଙ୍କ ଶିବସେନା 20 ଆସନରେ ଜିତିଥିବା ବେଳେ ଶରଦ ପାୱାରଙ୍କ NCPSP 10ଟି ସିଟ ଜିତିଛି, କଂଗ୍ରେସ 14ଟି ଆସନରେ ବାଜିମାତ କରିଥିବା ବେଳେ 2ଟି ଆସନରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି 2, JSSକୁ 2, ରାଷ୍ଟ୍ରୀୟ ୟୁବା ସ୍ବାଭିମାନ ପାର୍

ି 1, ରାଷ୍ଟ୍ରୀୟ ସମାଜ ପକ୍ସା 1,CPI(M)-1, PWPI-1, RSVA-1 ସ୍ବାଧୀନ ପ୍ରାର୍ଥୀ 2ଟି ଆସନ ମିଳିଛି ।

ଏଥର ପୁଣି ଥରେ ହେମନ୍ତଙ୍କୁ ଭରସା କରିଛନ୍ତି ଜନତା । JMM ଇଣ୍ଡିଆ ମେଣ୍ଟ ବମ୍ପର ଭୋଟ ପାଇଥିବା ବେଳେ ଶକ୍ତଝଟକା ଖାଇଛି ବିଜେପି । 81 ଆସନରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM)କୁ 34, ଭାରତୀୟ ଜନତା ପାର୍ଟିକୁ 21, କଂଗ୍ରେସକୁ 16, RJDକୁ 4, କମ୍ୟନିଷ୍ଟ ପାର୍ଟି CPI(ML)(L)କୁ2, AJSUP 1, ଲୋକଜନଶକ୍ତି ପାର୍ଟି 1, JLKMକୁ 1, ଜନତା ଦଳକୁ 1ଟି ଆସନ ମିଳିଛି ।

ମହାରାଷ୍ଟ୍ରରେ ମହାୟୁତିକୁ ବିପୁଳ ବିଜୟ ପରେ ଏବେ ସବୁଠି ସେଲିବ୍ରେସନ ମାହୋଲ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ ମନାଇଛି ବିଜେପି । ଏହି ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସମ୍ବୋଧନ କରି କହିଛନ୍ତି ଯେତେବଳେ ସୁଶାସନ କଥା ଆସେ ଦେଶ ସେତେବେଳେ ବିଜେପି ଓ NDA ଉପରେ ଭରସା କରେ । ମୋଦି ଆହୁରି କହିଛନ୍ତି କିଛି ଲୋକ ପ୍ରତାରଣା ମାଧ୍ୟମରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ହେଲେ ମହାରାଷ୍ଟ୍ରର ଜନତା ସେମାନଙ୍କୁ ପ୍ରତ୍ୟାଖାନ କଲେ ।


0 Comments