ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ କିଛି ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୫ ଓ ୨୬ ତାରିଖ ଓଡ଼ିଶାରେ ପାଗ କୋହଲା ରହିବା ସହ ୨୭, ୨୮ ଓ ୨୯ ତାରିଖରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବା ।
ଲଘୁଚାପ ବଙ୍ଗୋପସାଗରରେ ଅବପାତର ରୂପ ନେବ ସହ ପରବର୍ତ୍ତୀ ସମୟରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବାତ୍ୟାର ରୂପ ନେଲା ପରେ ଏହାର ନାଁ ରହିବ 'ଫେଙ୍ଗାଲ' । ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ । ୨୫ କିମ୍ବା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ୨୭, ୨୮ ଓ ୨୯ ତାରିଖରେ ଓଡ଼ିଶାର ଅନେକ ରାଜ୍ୟରେ ବର୍ଷା ହେବା । ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛି । ବାତ୍ୟାର ତୀବ୍ରତା
କେତେ ରହିବ ଏଯାଏଁ ହୋଇନି ସ୍ପଷ୍ଟ । ଲଘୁଚାପ ସୃଷ୍ଟି ପରେ ଚିତ୍ର ସ୍ପଷ୍ଟ କରିବ ଭାରତୀୟ ପାଣିପାଗ ବିଭାଗ ।
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଗାମୀ ୪ ଦିନ ପାଇଁ ରାଜ୍ୟରେ ମୁଖ୍ୟତଃ ଶୁଖିଲା ରହିବ ପାଗ ରହିବ । ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାର ବିଶେଷ ପରିବର୍ତ୍ତନ ହେବାର ନାହିଁ । ପରେ ଅର୍ଥାତ ଦୁଇ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡାର ପ୍ରକୋପ ବୋଲି ବଢିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସପେଟେ ୨୭ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଏବଂ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୯ ତାରିଖରେ ମଧ୍ୟ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖରେ ମେଘୁଆ ପାଗ ଦେଖିବାକୁ ମିଳିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପାଗ କୋହଲା ରହିବ । ଟ୍ରପ ଲାଇନ ପ୍ରଭାବରେ ଏଭଳି ପାଗରେ ପରିବର୍ତ୍ତନ ହେବ ।