ଭୁବନେଶ୍ବର: ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ 3 ଦିନ ଓଡ

ିଶାରେ ରହଣୀ କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆସନ୍ତା 29ରୁ ଓଡ଼ିଶା ଗସ୍ତରେ ଆସି ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ରହିବେ ।

ଆସନ୍ତା ନଭେମ୍ବର 29ରୁ ଡିସେମ୍ବର 1 ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଯାଉଛି ଡିଜି ଆଇଜି ସମ୍ମିଳନୀ । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ପ୍ରଥମଥର ପାଇଁ ଓଡ଼ିଶାର ଭୁବନେଶ୍ବରରେ ଏହି ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜି, ଆଇଜିଙ୍କ ସହ ଏନଏସଜି, ଏନଆଇଏ, ଏସପିଜି, ଆଇବି, ଏସଏସଏଫ, ସିଆରପିଏଫ ଓ ସିଆଇଏସଏଫ ଭଳି ସଂସ୍ଥାର ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେବେ ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଏହା ଆମ ପାଇଁ ଖୁସିର ମୁହୂର୍ତ୍ତ ଓ ଗୌରବର ମୁହୂର୍ତ୍ତ ପ୍ରଥମ ଥର ଓଡ଼ିଶାରେ ଡିଜି ଓ ଆଇଜିଙ୍କ ସମ୍ମିଳନୀ ହେଉଛି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାକୁ କେତେ ଗୁରୁତ୍ବ ଦେଉଛନ୍ତି । 29,30,1 ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ପ୍ରଧାମନ୍ତ୍ରୀ ନଭେମ୍ବର 29ରୁ ଆସି ଡିସେମ୍ବର 1 ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ।’ଡିଜି-ଆଇଜି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।


0 Comments