ଡିସେମ୍ବର 20ରେ ରାଜ୍ୟସଭା ଉପନିର୍ବାଚନ । 4ଟି ରାଜ୍ୟର 6ଟି ଆସନ ପାଇଁ ହେବ ଉପନିର୍ବାଚନ । ଭାରତୀୟ ନିର୍ବାଚନ ଆୟୋଗ ECIଙ୍କ ପକ୍ଷରୁ ଘୋଷଣା । ଡିସେମ୍ବର 3ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଡିସେମ୍ବର 10 ତାରିଖ ନାମାଙ୍କନର ଶେଷ ତାରିଖ । ଓଡ଼ିଶାରେ ଖାଲି ପଡିଛି ଗୋଟଏ ଆସନ । ସୁଜିତ କୁମାରଙ୍କ ଇସ୍ତଫା ପାଇଁ ଖାଲି ହୋଇଛି ଗୋଟିଏ ଆସନ ।
ଡିସେମ୍ବର 20 ତାରିଖରେ ରାଜ୍ୟସଭା ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶା ସମେତ 4 ରାଜ୍ୟରେ ଖାଲି ପଡ଼ିଥିବା 6ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର 3ରେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ । 11 ତାରିଖ ନାମାଙ୍କନ ଯାଞ୍ଚ ଓ 13 ତାରିଖ ପ୍ରତ୍ୟାହାରର ଶେଷ ତାରିଖ ।
ଓଡିଶାରେ ସୁଜିତ କୁମାର ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲି ପଡିଛି । ସେହିପରି ଆନ୍ଧ୍ର ପ୍ରଦେଶରେ 3ଟି ଆସନ, ପଶ୍ଚିମ ବଙ୍ଗରେ ଗୋଟିଏ ଆସନ, ହରିୟାଣାରେ ଗୋଟିଏ ଆସନ ଖାଲି ପଡିଛି ।
<
pan style="font-family: __Noto_Sans_43e412, __Noto_Sans_Fallback_43e412; font-size: 17px;">ସୁଜିତ କୁମାରଙ୍କ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ସେପ୍ଟେମ୍ବର ୬ରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । ମମତା ମହାନ୍ତଙ୍କ ପରେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ।
ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ । ଏପଟେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁଜିତ କୁମାରଙ୍କ ରାଜ୍ୟସଭାରୁ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ତେବେ ସୁଜିତ କୁମାର ପ୍ରଥମେ ରାଜ୍ୟସଭାରୁ ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ବିଜେପିରେ ମିଶିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ପୋଖରୀରେ କୁଦା ମାରିଥିଲେ ସୁଜିତ କୁମାର । ସୁଜିତ ଗେରୁଆ ଶିବିରରେ ସାମିଲ ହେବା ସମୟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ ।