କେନ୍ଦୁଝର- ଓଡ଼ିଶା ବାଟାଲିୟନ ଏନ୍.ସି.ସି. କେନ୍ଦୁଝର ତରଫରୁ ରବିବାରରେ ଆୟୋଜିତ  ୭୬ ତମ ଏନ୍.ସି.ସି. ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସିରାଜୁଦ୍ଦିନ ଛକ,ବଣିଆପାଟ,ଧରଣୀଧର ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି. ପତାକା ହଲାଇ ଉଦଘାଟନ କରିଥିଲେ।ଏହା ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାର୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି. ଯୋଗ ଦେଇ ନିଜର ଏନ୍.ସି.ସି. କ୍ୟାଡେଟ ସମୟର ପୂର୍ବ ଅନୁଭୂତି ବଖାଣିବା ସହିତ ବର୍ତ୍ତମାନ ର କ୍ୟାଡେଟ ଗଣ ଦେଶ ମାତୃକାର ସେବା କରିବା ପାଇଁ ସର୍ବଦା ଆଗଭର ହେବାକୁ ଉପଦେଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଧରଣୀଧର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଦୁଃଖବନ୍ଧୁ ନାୟକ ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଏନ୍.ଡି.ଏ,ସି.ଡି. ଏସ୍. ଆଦି ପରୀକ୍ଷା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହିତ ସମାଜରେ ଭଲ ମଣିଷ ହେବା ପାଇଁ ପ୍ରେରଣା ପ୍ର

ଦାନ କରିଥିଲେ।ଧରଣୀଧର ବିଶ୍ୱବିଦ୍ୟାଳୟ,ଏନ୍.ଏସ୍. ପୋଲିସ ହାଇସ୍କୁଲ,ଡି.ଏନ୍.ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାଡେଟଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଧରଣୀଧର ବିଶ୍ୱବିଦ୍ୟାଳୟର ଏନ୍.ସି.ସି. ଅଫିସର ଲେଫ୍ଟନାଣ୍ଟ ସଲମା କିସ୍କୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍.ଏସ୍.ପୋଲିସ ହାଇସ୍କୁଲର ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି.ର ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ,ସୁବେଦାର ନାଦେର ଚନ୍ଦ୍ର ଘୋଷ,ଏନ୍.ସି.ସି. ଅଫିସର ସୁରେନ୍ଦ୍ର କୁମାର ପଇଦା,ସମସ୍ତ ପି.ଆଇ.ଷ୍ଟାଫ୍,ଅବସରପ୍ରାପ୍ତ କ୍ୟାପଟେନ ଦୋଳଗୋବିନ୍ଦ ପାତ୍ର,ସୁବେଦାର ମେଜର ବଳଭଦ୍ର ସାହୁ,ଚନ୍ଦ୍ରମଣି ଦଳେଇ,କୃଷ୍ଣଚନ୍ଦ୍ର ସାହୁ,ସୁବେଦାର ଅରୁଣ କୁମାର ରାଉତ,ହାବିଲଦାର ଶୁଭାଶିଷ ଚକ୍ରବର୍ତ୍ତୀ,ମାର୍କଣ୍ଡ ସାମଲ ପ୍ରମୁଖ ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଦେଶ ସେବାରେ ବ୍ରତୀ ହେବାକୁ ଉତ୍ସାହିତ କରିଥିଲେ।ଶେଷରେ କ୍ୟାଡେଟ ମାନେ ପାୱାର ହାଉସ୍ ପୋଖରୀ ନିକଟରେ ପଡ଼ି ରହିଥିବା ଅଳିଆ ଆବର୍ଜ୍ଜନା କୁ ସଫା କରି ସ୍ବଚ୍ଛତା ବଜାୟ ରଖିବାର ବାର୍ତ୍ତା ପ୍ରଦାନ କରିଥିଲେ।

0 Comments