କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ପଚିଷଢି ଗଲାଣି ଆଳୁ ବିହନ। ଏନେଇ ପ୍ରଶ୍ନ ଉଠୁଛି ସରକାରଙ୍କ ଆଳୁ ମିଶନ ଗତି କୁଆଡେ ? ରାଜ୍ୟ ସରକାର ଆଳୁ ସମସ୍ୟାଦୁର କରିବା ପାଇଁ ଯେତେ ଚେଷ୍ଟା କଲେ କଣ ହେବ, ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲଲ ମନୋଭାବ ପାଇଁ ସରକାର ହରଡ ଘଣାରେ ପଡ଼ିବା ସହିତ ରାଜ୍ୟରେ ଆଳୁ ସଙ୍କଟ ବଢ଼ିବାରେ ଲାଗିଛି । ଚାଷୀଙ୍କୁ ଚାଷ କରିବା ପାଇଁ ଦେବାକୁ ଥିବା  ଆଳୁ ବିହନ କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ କାର୍ଯ୍ୟାଳୟରେ ପଚିସଢ଼ି ଦୁର୍ଗନ୍ଧ ହେଉଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ।

କେନ୍ଦୁଝର ଜିଲା ଉଦ୍ୟାନ  କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ହେବ ଗୋଟିଏ ଟ୍ରକ ଆଳୁ ବିହନ ପଡ଼ି ପଡ଼ି ପୋଚି ଷଢି ନଷ୍ଟ ହେବାକୁ ନଷ୍ଟ ହେବାକୁ ଲାଗିଲାଣି । ସଠିକ୍ ସମୟରେ ଚାଷୀଙ୍କୁ ଆଳୁ ବିହନ ନଦେଇ ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ନିଘୋଡ  ନିଦରେ ଶୋଇଛନ୍ତି । ଏପରିକି ପଚାଷଢା ଦୁର୍ଗନ୍ଧ ରେ ରାସ୍ତାରେ ଯାଉଥିବା ଲୋକଙ୍କର ନାକ ଫାଟି ପଡ଼ୁଛି । ଆଳୁ ବିହନ ବସ୍ତା ଗୁଡିକ ଖୋଲା ମେଲା ରେ ପଡିଥିବା ସହ କିଛି ବିହନ ବସ୍ତା ମଧ୍ୟ ପାଣିରେ ପଡି ପଚୁଛି ସେଥିପ୍ରତି କାହାରି ନିଘା ନାହିଁ । ସେହି ସବୁ ପୋଚା ବିହନ କୁ ଗାଡିରେ ଏବେ ଲଦି ଚାଷିଙ୍କ ପାଖକୁ ପଠାଯାଉଛି । ଗୋଟିଏ ପଟେ ଚାଷୀଙ୍କୁ ଠିକ ସମୟରେ ଆଳୁ ବିହନ ନଦେଇ ପଚା ଆଳୁକୁ ଚାଷୀଙ୍କୁ ଦିଆ ଯାଉଛି, ଯାହା ଫଳରେ ଚାଷୀ କ୍ଷତି ସହିତ ସରକାରଙ୍କ ଆଳୁ ମିଶନ ସମ୍ପୂର୍ଣ ଫେ

ମାରୁଛି । ସରକାର ଆଳୁ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଚାଲିଥିବା ବେଳେ କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି । ଆଳୁର ଦର ଦାମ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଏହାର ପ୍ରତିକାର ନିମନ୍ତେ ସମସ୍ତ ଚାଷୀ ମାନଙ୍କୁ ରିହାତି ମୂଲ୍ୟରେ ଆଳୁ ବିହନ ପ୍ରଶାସନ ଦ୍ବାରା ଯୋଗାଇ ଦେଉଛନ୍ତି। କିନ୍ତୁ ଆଳୁ ଚାଷୀ ମାନଙ୍କୁ ସଠିକ ସମୟରେ ନ ଦେଇ ନଷ୍ଟ କରାଯାଉଛି।

ତେବେ ଏ ନେଇ ଚାଷି ମାନଙ୍କ ଠାରୁ ଅଭିଯୋଗ ପାଇଁ ଆଜି ଖୋଦ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଅଫିସରେ ପହଞ୍ଚି ଆଳୁ ବିହନର ଏପରି ଅବସ୍ଥା ଦେଖି ଖୁବ୍ ଉଦବେଗ ପ୍ରକାଶ କରିଛନ୍ତି । ସରକାର କୃଷିଙ୍କର ଆୟ ବୃଦ୍ଧି ଓ ସମୃଦ୍ଧ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି I ହେଲେ ଏଠାରେ ବିହନକୁ ସଠିକ ଭାବରେ ରଖାଯାଇ ନାହିଁ ଓ ଅଫିସର ଙ୍କର ଅବହେଳା କାରଣ ରୁ ଏପରି ହୋଇଥିବା କହିଛନ୍ତି ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ। ଏ ନେଇ ସେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 ଏ ସମ୍ପର୍କରେ ଜିଲା ଉଦ୍ୟାନ  କୃଷି ଉପନିର୍ଦେଶକ ସୌମେନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ଚିରା ଚରିତ ଢଙ୍ଗରେ କହିଛନ୍ତି ପଚା ଆଳୁକୁ ବଛା ଯାଇ ଚାଷିଙ୍କୁ ଦିଆଯିବ । ଏହା ସହ ବିହନ ଆଳୁ ରଖିବା ପାଇଁ କୌଣସି ଗୋଡ଼ାଉନ ନଥିବା ମଧ୍ୟ ସ୍ବୀକାର କରିଛନ୍ତି ଅଧିକାରୀ। ଆଗାମୀ ଦିନରେ ଏହାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି କୃଷି ଉପ ନିର୍ଦ୍ଦେଶକ।

0 Comments