ଭୁବନେଶ୍ବର: ଆଜି ମୋହନ ମାଝୀ ସରକାର IAS ସୁଜାତା ଆର କାର୍ତ୍ତିକେୟନ ଛୁଟି ବୃଦ୍ଧି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଛୁଟି ଅବଧି ସମ୍ପୂର୍ଣ୍ଣ ହେବା ପରେ ତୁରନ୍

କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ନବୀନ ସରକାର ସମୟରେ ରାଜ୍ୟ ପ୍ରଶାସନରେ ବେଶ ଦବଦବା ରଖିଥିବା ଜଣେ ମହିଳା ପ୍ରଶାସିକାଙ୍କ ଛୁଟି ଆବେଦନକୁ ମୋହନ ମାଝୀ ସରକାର ଅଗ୍ରାହ୍ୟ କରିଛନ୍ତି । ପୂର୍ବରୁ ମିଶନ ଶକ୍ତି ସଚିବ ତଥା ସାଧାରଣ ନିର୍ବାଚନ ସମୟରେ ଅର୍ଥ ବିଭାଗର ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୦୦ ବ୍ୟାଚର ଆଇଏଏସ ସୁଜାତା ଆର କାର୍ତ୍ତିକେୟନ ଛୁଟି ବୃଦ୍ଧି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତାଙ୍କ ଆବେଦନ କରିଥିଲେ । ଛୁଟି ଅବଧି ସମ୍ପୂର୍ଣ୍ଣ ହେବା ପରେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ମେ’ ମାସରୁ ସୁଜାତା ଝିଅ ମ୍ୟାଟ୍ରିକ ପରୀକ୍ଷା ପାଇଁ ୬ ମାସ ଛୁଟିରେ ଯାଇଥିଲେ । ମେ’ ମାସ ୩୧ ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସେ କରିଥିବା ଛୁଟି ଆବେଦନକୁ ସରକାର ଗ୍ରହଣ କରିଥିଲେ । ସାଧାରଣ ନିର୍ବାଚନ ବେଳୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ରହିଛନ୍ତି ସୁଜାତା । ନିର୍ବାଚନରେ ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟେଇ ଦେଇଥିଲେ ନିର୍ବାଚନ ଆୟୋଗ । ପ୍ରଶାସକରୁ ବିଜେଡି ନେତା ଓ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ସୁଜାତା ଝିଅ ପରୀକ୍ଷା ପାଇଁ ଛୁଟିରେ ଯାଇଥିବା କୁହାଯାଉଥିଲା ।


0 Comments