ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୫ ତାରିଖ ଅର୍ଥାତ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବା ଲାଗି ସେହିଦିନ ବିରୋଧୀ ଦଳ ବିଜେଡିର ବସିବ ବିଧାୟକ ଦଳ ବୈଠକ ।
ଏନେଇ ଓଡିଶା ବିଧାନସଭାର ବାଚସ୍ପତି
igure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_43e412, __Noto_Sans_Fallback_43e412; font-size: 17px;">ସୁରମା ପାଢ଼ୀ
କହିଛନ୍ତି, "ଆସନ୍ତା ୨୬ ତାରିଖରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବ । ପୂର୍ବାହ୍ନ ସାଢେ଼ ୧୦ରେ ବିଧାନସଭାର ବାଚସ୍ପତିଙ୍କ କକ୍ଷରେ ଏହି ବୈଠକ ବସିବ । ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ସମସ୍ତ ରାଜନୈତିକ ଦଳ ବୈଠକରେ ସାମିଲ ହେବେ ।"
ବିଧାନସଭା ଅଧିବେଶନ ପୂର୍ବରୁ ବସିବ ବିଜେଡିର ବିଧାୟକ ଦଳ ବୈଠକ । ଏନେଇ ଆଜି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଘରେ ବସିଥିଲା ବିଜେଡିର ବରିଷ୍ଠ ନେତାଙ୍କ ବୈଠକ । ବୈଠକରେ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅରୁଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତା ଅଧିବେଶନରେ ଦଳ କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବ ସେନେଇ ଆଲୋଚନା ହୋଇଛି । ଏ ବାବଦରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ।
ତେବେ ବିଧାନସଭାର ଶୀତକାଳୀନ ଅଧିବେଶନରେ କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ଜୋରଦାର ଉଠେଇବ ବିଜେଡି । ପିଡ଼ିଏସ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଦଳ ଅଭିଯୋଗ କରିଆସୁଛି । ରାୟଗଡ଼ା ଓ ଖପ୍ରାଖୋଲରେ ଶିଶୁ ବିକ୍ରି ପ୍ରସଙ୍ଗ ଉଠେଇବ ଦଳ । ଖାଦ୍ୟ ସାମଗ୍ରୀ, ଖାଇବା ତୈଳ ଓ ଔଷଧ ଦର ୨୦ରୁ ୩୦ ପ୍ରତିଶତ ବୃଦ୍ଧିକୁ ଦଳ ପ୍ରସଙ୍ଗ କରିବ । ମହିଳା ବିରୋଧୀ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ସରକାରଙ୍କୁ ଘେରିବ ବିଜେଡି । ସେପଟେ କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତି ଚଲାଇଛି । ବିରୋଧୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଜେପି ।