ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । ମାର୍ଚ୍ଚ ୭ ସୁଭଦ୍ରା ଆବେଦନର ଡେଡ୍‌ଲାଇନ୍‌ । ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ଆଜିଯାଏଁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଛି । ଗତ 24 ତାରିଖରେ ସୁନ୍ଦରଗଡରେ ତୃତୀୟ ପର୍ଯ୍ୟାୟ ଟଙ୍କା ଛାଡିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମାର୍ଚ୍ଚ ୭ ତାରିଖରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ରୁ ଦ୍ଵିତୀୟ କିସ୍ତି ମିଳିବ । ୨ ଲକ୍ଷ ୬୭ ଙ୍କ ଭ

ଲ୍ ହୋଇଥିଲା, ତାର ରିଭ୍ୟୁ ଚାଲିଛି । ୨୨% କାମ ସରିଛି । ଫିଜିକାଲ୍ ଭେରିଫିକେସନ ପରେ ସେମାନେ ସୁବିଧା ପାଇବେ । ସୁଭଦ୍ରା ଯୋଜନାରେ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼ ରହୁଛି । ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହାର ଆଧାର କାର୍ଡରେ ମ୍ୟାଚିଂ ନାହିଁ । ବ୍ୟାଙ୍କରେ ଆଧାର ଲିଙ୍କ୍ ହେଲେ ପାଇଯିବେ । ରେଜିଷ୍ଟସନ୍ କଲେ ଫେବୃଆରୀରେ ମଧ୍ୟ ମିଳିବ ଟଙ୍କା।

ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମାର୍ଚ୍ଚ ୭ରେ ମିଳିବ ପ୍ରଥମ କିସ୍ତି ର ଶେଷ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ମହିଳା ଦିବସ ରୁ ଦ୍ଵିତୀୟ କିସ୍ତି ମିଳିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହୋଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ମାର୍ଚ୍ଚ ୭ ରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ମହିଳା ଦିବସରୁ ଦ୍ଵିତୀୟ କିସ୍ତି ମିଳିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହୋଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ," ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ସୁଭଦ୍ରା ଯୋଜନାରେ ବ୍ୟାଙ୍କ୍ ସମ୍ମୁଖରେ ପ୍ରବଳ ଭିଡ ରହୁଛି । ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ହିତାଧିକାରୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହାର ଆଧାରକାର୍ଡ ରାସନ କାର୍ଡରେ ମ୍ୟାଚ୍ ନାହିଁ । ବ୍ୟାଙ୍କରେ ଆଧାର ଲିଙ୍କ ହେଲେ ପାଇଯିବେ । ରେଜିଷ୍ଟସନ୍ କଲେ ଫେବୃଆରୀରେ ମଧ୍ୟ ମିଳିବ ଟଙ୍କା । ଯେପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇନାହିଁ ସେ ପଯ୍ୟନ୍ତ ସୁଭଦ୍ରା ଖୋଲା ରହିଥିବ ।

ସେହିପରି ବଣ୍ଡା ଘାଟି ଯିବେ ସରକାରୀ ଅଧିକାରୀ ମାନେ । ସୁଭଦ୍ରାକୁ ନେଇ ଯାହା ସମସ୍ୟା ଅଛି ତାକୁ ସମାଧାନ କରିବେ ଅଧିକାରୀ ମାନେ । ଏପର୍ଯ୍ଯନ୍ତ 1 କୋଟି 4 ଲକ୍ଷ ଆବେଦନ କରିଛନ୍ତି। 80 ଲକ୍ଷ 46 ମହିଳା ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଁ ସାରିଲେଣି।

0 Comments