ଭୁବନେଶ୍ବର: ଆଜି ସଂସଦ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଙ୍ଗବାରଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ ସର୍ବଦଳୀୟ ବୈଠକ ବସିଛି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ କିଛି ମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିବା ବେଳେ ବିରୋଧୀ ଦଳ ‘ବିଜେଡି’ରୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପ-ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଅଂଶଗ୍ରହଣ କରିଥିଲେ । କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

କିଛି ସମୟ ଆଲୋଚନାରେ ସରକାରଙ୍କ ବିରୋଧୀଙ୍କଠାରୁ ଗୃହକାର୍ଯ୍ୟରେ ସହଯୋଗ ଲୋଡିବା ସହ ଫଳପ୍ରଦ ଆଲୋଚନାର ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଥିଲେ । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡିଛନ୍ତି । ଅନ୍ୟପଟେ ଆସନ୍ତାକାଲି ଅଧିବେଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ଆଜି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ ମଧ୍ୟ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_43e412, __Noto_Sans_Fallback_43e412; font-size: 17px;">ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ଆଜି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବିଧାନସଭା କିଭଳି ଠିକ ଭାବେ ଚାଲିବ ସେ ବିଷୟରେ ଆଲୋଚନା ହେଲା । ସୁରୁଖୁରୁରେ ଗୃହ ଚାଲିବା ସମ୍ପର୍କରେ ସମସ୍ତେ ସହମତି ପ୍ରକାଶ କଲେ । ଯାହା ଯାହା ସମସ୍ୟା ସୃଷ୍ଟି କରିଛନ୍ତି ସରକାର ସେ ବିଷୟରେ ପ୍ରସଙ୍ଗ କରିବୁ । ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଧାନ ସଂଗ୍ରହ ଅବ୍ୟବସ୍ଥା ପ୍ରସଙ୍ଗକୁ ଗୃହରେ ଉଠାଇବୁ । ସରକାରଙ୍କୁ ଯେଉଁଭଳି ଭାବରେ ବିରୋଧୀ ଦଳ ଘେରିବା କଥା, ସେମିତି ଘେରିବୁ ।ବିରୋଧୀ ଦଳ ହିସାବରେ ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବୁ । ପରିସ୍ଥିତି ଦେଖି ଯାହା କରିବା କଥା କରାଯିବ । ଯାଜପୁର ପ୍ରସଙ୍ଗରେ ଆଜି ସାଢ଼େ 3ଟା ବେଳେ ପୋଲିସ ମହାନିର୍ଦେଶକଙ୍କୁ ଭେଟିବୁ ।’’

ସେହିପରି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସମାନ କଥା କହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି "ବୈଠକରେ ବିଧାନସଭା ଭଲରେ ଚାଲିବ ସେନେଇ ଆଲୋଚନା ହେଲା । ଆମେ ସମ୍ମତି ପ୍ରଦାନ କଲୁ । ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେବ ।’’ ଆସନ୍ତାକାଲି (ନଭେମ୍ବର)୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି

0 Comments