କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ପଞ୍ଚମ ୟୁନିକ୍ କପ୍ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲରେ ପ୍ରଗତି ସ୍ପୋଟିଂ, ଭୁବନେଶ୍ୱର ଓ ଆଲଫା ସ୍ପୋଟିଂ ବ୍ରହ୍ମପୁର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଟଚ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲା ପ୍ରଗତି ସ୍ପୋଟିଂ। ନିର୍ଦ୍ଧାରିତ ୩୫ ଓଭରରେ ପ୍ରଗତି ସ୍ପୋଟିଂ ୯ ୱିକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା । ଆଲଫା ସ୍ପୋଟିଂର ସୁଶିଲ ବାରିକ ୩ଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲାବେଳେ ପ୍ରଗତି ସ୍ପୋଟିଂର ରାକେଶ ବିଶ୍ୱାଳ ୩୨ ବଲରେ ୫୯ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଆଲଫା ସ୍ପୋଟିଂ ୨୮.୪ ଓଭରରେ ବିଜୟ ଲକ୍ଷ ହାସଲ କରିଥିବା ବେଳେ ସକ୍ଷମ ହୋଇଥିଲା । ପ୍ରଗତି ସ୍ପୋଟିଂ ପକ୍ଷରୁ ସାର୍ଥକ ସ୍ବରୂପ ସର୍ବାଧିକ ୫ ଟି ୱିକେଟ ହାସଲ କରିଥିବା ବେଳେ ଆଲଫା ସ୍ପୋଟିଂର ସୁଶିଲ ବାରିକ ୩୦ ବଲ୍ ରୁ ୫୫ ରନ ସଂଗ୍ରହ କରିଥିଲେ।
ମ୍ୟାଚ ଶେଷରେ ଆଲଫା ସ୍ପୋଟିଂର ସୁଶିଲ ବା
ରିକଙ୍କୁ ମ୍ୟାନ ଅଫ ଦି ମ୍ୟାଚରେ ପୁରସ୍କୃତ କରିଥିଲେ ୟୁନିକ କ୍ରିକେଟ ଏକାଡେମୀର ସଂସ୍ଥାପକ ସୁରେଶ କୁମାର ପାତ୍ର । ଅନ୍ୟ ଅତିଥି ଭାବେ ସମାଜସେବୀ ଇଁ ଦେବବ୍ରତ ସ୍ୱାଇଁ, ରୋଟାରୀ କ୍ଲବ କେନ୍ଦୁଝରର ସଭାପତି ରାଜଲକ୍ଷ୍ମୀ ସ୍ୱାଇଁ, ମାନସ ମହାନ୍ତି, ବଶିଷ୍ଠ କ୍ରିକେଟ ଖେଳାଳୀ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଜୟୀ ଟିମ୍ ଆଲଫା ସ୍ପୋଟିଂକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଫାଇନାଲ ମ୍ୟାଚରେ ଓମ୍ପିୟାର ଭାବେ ଓସିଏ ମାନ୍ୟତା ପ୍ରାପ୍ତ ଆଶୁତୋଷ ପାଣି ଓ ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିବାବେଳେ ମ୍ୟାଚ ରେଫରି ଭାବେ ସୁମନ୍ତ କୁମାର ସାହୁ ଦାୟିତ୍ଵ ନିର୍ବାହ କରିଥିଲେ। ଧାରା ବିବରଣୀ ବାବୁ ସିହ୍ନା ପ୍ରଦାନ କରିଥିବା ବେଳେ ୟୁନିକ କ୍ରିକେଟ ଏକାଡେମି ମ୍ୟାନେଜର ଦୀପକ କୁମାର ସେଠୀ, ଚିନ୍ମୟାନନ୍ଦ ସାହୁ, ତାପସ ବେହେରା, ବ୍ରହ୍ମାନନ୍ଦ ରାଉତ, ଅମ୍ଳାନ ପଟ୍ଟନାୟକ, ମହେଶ ମୁଖୀ, ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।