ନୂଆଦିଲ୍ଲୀ: ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନଭେମ୍ବର 22ରୁ 24 ଯାଏଁ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥରକୁ ମିଶାଇ ଏହା ଓଡ଼ିଶା ପର୍ବର ସପ୍ତମ ସଂସ୍କରଣ ।
nt-size: 17px;">ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପର୍ବରେ ସାମିଲ ହେବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବିଭିନ୍ନ ଷ୍ଟଲ ବୁଲିବା ସହିତ ଚା’ ପିଇଥିଲେ ।
ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ । ଓଡ଼ିଶା ପର୍ବକୁ ଆସି ଗର୍ବିତ ବୋଲି କହିଲେ ପ୍ରଧାନମନ୍ତ୍ରୀ । "ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ । ପାଇକ ବିଦ୍ରୋହ ଏହାର ଏକ ଉଦାହରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ । ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ । ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରାଯାଉଥିଲା । ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କରି ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି," ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ କାର୍ଯ୍ୟକ୍ରମର ଶୁଭାରମ୍ଭରେ ଶୁକ୍ରବାର ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦେଖିଥିଲେ । ରାଷ୍ଟ୍ରପତି କହିଥିଲେ କି, "ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ଏବଂ ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏହି ପର୍ବ । ରାଜ୍ୟ ବାହାର ଲୋକଙ୍କ ନିକରେ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ପହଞ୍ଚାଉଛି ଏହି ପର୍ବ ।"