କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ପଞ୍ଚମ ୟୁନିକ୍ କପ୍ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ଦିନ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଆଜି ତୃତୀୟ ଦିନରେ ୟୁନିୟନ୍ ସ୍ପୋଟିଂ,କଟକ ଓ ପ୍ରଗତି ସ୍ପୋଟିଂ, ଭୁବନେଶ୍ୱର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଟଚ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲା ପ୍ରଗତି ସ୍ପୋଟିଂ। ନିର୍ଦ୍ଧାରିତ ୩୫ ଓଭରରେ ପ୍ରଗତି ସ୍ପୋଟିଂ ସମସ୍ତ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିଥିବା ବେଳେ ୟୁନିୟନ୍ ସ୍ପୋଟିଂର ପଙ୍କଜ ସେନାପତି ୪ଟି ୱିକେଟ 

 ହାସଲ କରିବାରେ ସଫଳ ହୋଇଥିଲେ। ଏହାର ଜବାବରେ ୟୁନିୟନ୍ ସ୍ପୋଟିଂ ୨୬.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୬ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ପ୍ରଗତି ସ୍ପୋଟିଂ ପକ୍ଷରୁ ସାର୍ଥକ ସୌରଭ ସର୍ବାଧିକ ୪ ଟି ୱିକ

େଟ ଓ ସାଇ ସୁବ୍ରତ ଜେନା ୨ ଟି ୱିକେଟ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ମ୍ୟାଚ ଶେଷରେ ପ୍ରଗତି ସ୍ପୋଟିଂ ସାର୍ଥକ ସୌରଭ ଙ୍କୁ ମ୍ୟାନ ଅଫ ଦି ମ୍ୟାଚରେ ପୁରସ୍କୃତ କରିଥିଲେ ଅତିଥି ବରିଷ୍ଠ କ୍ରିକେଟ ଖେଳାଳି ଦୀପକ ସେଠୀ , ମନ୍ମଥ ପେରେଇ ଓ ଚିନ୍ମୟାନନ୍ଦ ସାହୁ । ଏହି ଦ୍ୱିତୀୟ ଦିନ ମ୍ୟାଚରେ ଓମ୍ପିୟାର ଭାବେ ଓସିଏ ମାନ୍ୟତା ପ୍ରାପ୍ତ ଆଶୁତୋଷ ପାଣି ଓ ଦୁର୍ଗା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ବାବୁ ସିହ୍ନା। ସେମିଫାଇନାଲକୁ ସୁରଜିତ ଲାଲ ଦେଓ ଓ ବ୍ରହ୍ମାନନ୍ଦ ରାଉତ ପରିଚାଳନାରେ ସହଯୋଗ କରିଥିବା ବେଳେ 

ଆସନ୍ତା କାଲି ଜିଲ୍ଲାର ବରିଷ୍ଠ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ  ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

0 Comments