ଜିଲ୍ଲାରେ ରାଜ୍ୟ ସରକାର ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି ମେଗା ଇସ୍ପାତ ପ୍ରକଳ୍ପ ବାଂଶପାଳ କିମ୍ବା ପାଟଣା ଠାରେ ହେବା ପାଇଁ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ଏହାକୁ ବିରୋଧ କରିଛି aikkms। ଏନେଇ ଆଜି ଏକ ହଜାରରୁ ଉର୍ଦ୍ଧ aikkms କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଶିଷ୍ଠ ଶ୍ରମିକ ନେତା ରଘୁନାଥ ଦାସ, ବେଣୁଧର ସର୍ଦ୍ଦାରଙ୍କ ନେତୃତ୍ୱରେ ୧୩ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ହେଲା ସରକାରୀ ପତିତଜମିରେ ଖଣିଭିଭିକ କାରଖାନା ସରକାରୀ ଉଦ୍ୟୋଗରେ ନିର୍ମାଣ କରାଯାଉ । ପୁଞ୍ଜିବହୁଳ ନୁହଁ “ ଶ୍ରମଭିଭିକ” କଳକାରଖାନା ନିର୍ମାଣ କରାଯାଉ । ଚାଷଜମିରେ କାରଖାନା ନିର୍ମାଣ ବନ୍ଦ କରାଯାଉ ।
ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ବ୍ୟବସାୟ ବାଣିଜ୍ୟ ପ୍ରଚଳନ କରାଯାଉ । MSP କୁ ଆଇନର ଗ୍ୟାରେଣ୍ଟି ଦିଆଯାଉ ।<
/p>
ସ୍ଵାମୀନାଥନ୍ କମିଶନ ରିପୋର୍ଟ ଅନୁଯାୟୀ C-2+50% MSP ମୂଲ୍ୟ ନିର୍ଦ୍ଧାରଣ କରାଯାଉ । ବିଦ୍ୟୁତ୍ ବିଲ୍ ୨୦୨୩ ପ୍ରତ୍ୟାହାର କରାଯାଉ । ସ୍ମାର୍ଟ୍ ମିଟର ବସାଇବା ବନ୍ଦ କରାଯାଉ । ଜବକାର୍ଡଧାରୀ ସମେତ ସମସ୍ତ ଶ୍ରମିକଙ୍କୁ ମନରେଗା (MGNREGA) ଯୋଜନା ଅଧୀନରେ ଦୈନିକ ୬୦୦ ଟଙ୍କା ମଜୁରୀ ଦେଇ ବର୍ଷସାରା କାମ ଯୋଗାଇ ଦିଆଯାଉ । ବେକାରୀଙ୍କୁ କାମ ନଚେତ କାମ ଦେବା ପର୍ଯ୍ୟନ୍ତ ମାସିକ ୧୦,୦୦୦ ଟଙ୍କା ବେକାରୀ ଭତ୍ତା ଦିଆଯାଉ । ୫୫ ବର୍ଷରୁ ଉଦ୍ଧ ଚାଷୀଙ୍କୁ ମାସିକ ୧୦,୦୦୦ ଟଙ୍କା ପେନ୍ସନ୍ ଦିଆଯାଉ । ସାର, ବିହନ, କୀଟନାଶକ ଓ କୃଷିଯନ୍ତ୍ରପାତି ଶସ୍ତା ଦରରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉ ।ଶିକ୍ଷା–ସ୍ୱାସ୍ଥ୍ୟ ସହ ସମସ୍ତ ବିଭାଗର ଘରୋଇକରଣ ବନ୍ଦକରାଯାଉ ଓ ଖାଲି ପଡିଥିବା ବିଭିନ୍ନ ପଦବୀ ଗୁଡିକୁ ସ୍ଥାୟୀ ଭିଭିରେ ତୁରନ୍ତ ନିଯୁକ୍ତି ଦିଆଯାଉ । କେନ୍ଦୁଝରସ୍ଥ କରଞ୍ଜିଆ ବଷଷ୍ଟାଣ୍ଡ ଠାରେ ଏକ ସୁଲଭ ଶୌଚାଳୟ ନିର୍ମାଣ କରାଯାଉ।ପ୍ରତି ପଞ୍ଚାୟତରେ ଆଧାର କାର୍ଡ ସଂଶୋଧନ କେନ୍ଦ୍ର ଖୋଲାଯାଉ। ସରକାର ଦାବି ଗୁଡ଼ିକ ନାମାନିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।