ନୂଆଦିଲ୍ଲୀ: ଅଗ୍ନି-4 ମିସାଇଲର ସଫଳ ପରୀକ୍ଷଣ । ଆଜି ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-4 ମିସାଇଲର ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଅବଦୁଲ କଲାମ ଦ୍ବୀପର 4 ନମ୍ବର ଲଞ୍ଚ ପ୍ୟ

ାଡରୁ ରାତି 7ଟା 55 ମିନିଟରେ ଉତକ୍ଷେପଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 4 ହଜାର କିଲୋମିଟର ରହିଛି ।

ଆଜି ବାଲେଶ୍ବରର ଅବଦୁଲ କଲାମ ଦ୍ବୀପରୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-4ର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲମ୍ବ 20 ମିଟର ହୋଇଥିବା ବେଳେ 17 ହଜାର କିଲୋଗ୍ରାମ ଓଜନ ରହିଛି । ଏହା ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ । DRDOର ସ୍ବତନ୍ତ୍ର ବୈଜ୍ଞାନିକ ଏହାର ପରୀକ୍ଷଣ କରିଥିଲେ ।

ଏହା ପୂର୍ବରୁ ଅବଦୁଲ କଲାମ ଦ୍ବୀପରୁ ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା । ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3 ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ବୀ-2ର କ୍ଷେପଣାସ୍ତ୍ରକୁ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଉତକ୍ଷେପଣ କରାଯାଇଥିଲା । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଇଣ୍ଟରସେପ୍ଟର ମିସାଇଲ ସଠିକତାର ସହ ଟାର୍ଗେଟକୁ ହିଟ୍‌ କରିଥିଲା । ଗତ ଜୁଲାଇ ମାସରେ ଏହାର ପରୀକ୍ଷଣ କରାଯାଇଥିଲା । ଏଥିପାଇଁ ଚାନ୍ଦିପୁର ଉପକୂଳବର୍ତ୍ତି ଅଞ୍ଚଳରୁ 10 ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ପରୀକ୍ଷଣ ପାଇଁ ବାଲେଶ୍ବରର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏଥିପାଇଁ ସରକାର କ୍ଷତି ପୂରଣ ମଧ୍ୟ ଘୋଷଣା କରିଥିଲେ । ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରାପ୍ତ ବୟସ୍କଙ୍କୁ 300 ଓ ନାବାଳକ-ନାବାଳିକାଙ୍କ ପାଇଁ 150 ଟଙ୍କା ଲେଖାଏଁ ସେତେବେଳେ କ୍ଷତିପୂରଣ ଦିଆଯାଇଥିଲା । ଏଥିପାଇଁ ପୂର୍ବରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଥିଲା । ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା ।


0 Comments