ଭିଜିଲାନ୍ସ ଜାଲରେ କେନ୍ଦୁଝରଭୁଅର୍ଜନ (ସାଧାରଣ ) ଉପ ବିଭାଗର ଡେପୁଟି କଲେକ୍ଟର ଶରତ ଗିରି । କେନ୍ଦୁଝର ଜିଲ୍ଲା ବନାଯୋଡ଼ିର ଚିତ୍ରସେନ ବ୍ରହ୍ମଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ବିଭାଗ । ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ଦେଇ ଯାଇଥିବା ୬ ଥାକିଆ ରାସ୍ତା ବା ୬ ଲେନ ରାସ୍ତା ପାଇଁ ଚିତ୍ରସେନ ବ୍ରହ୍ମଙ୍କର ଦେଢ଼ ଏକର ଜମି ପାଇଁ ସେ ୬ ଲକ୍ଷ ୯
ହଜାର ଟଙ୍କା କ୍ଷତି ପୂରଣ ପାଇବାର ଥିଲା । ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବ ରେ ୭୦ ହଜାର ଟଙ୍କା ଲଞ୍ଚ ମାଗିଥିଲେ । ତେଣୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉ ଥିଲେ ଡେପୁଟି କଲେକ୍ଟର। ପୂର୍ବ ଯୋଜନା ଅନୁଯାୟୀ ଏହି ଲାଞ୍ଚ ଦେଉଥିବା ବେଳେ ମାଡି ବସିଲା ଭିଜିଲ୍ଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।