ଢେଂକିକୋଟ( ତପନ ବେହେରା). ପାଣିକୋଇଲି ଜାତୀୟ ରାଜପଥ ରେ ଗତକାଲି ଟ୍ରକ. କାର୍ ଦୁର୍ଘଟଣା ରେ କାର ରେ ଥିବା ଡିଏସ ପି ବଳ ରାମ ନାୟକ (୪୯) ଓ ତାଙ୍କ ଭିଣୋଇ ବୁଢ଼ାବଣ ଗ୍ରାମ ର ଶୋଚନୀୟ ମୃତ୍ୟୁ ହୋଇଥିଲା,। ସ୍ବର୍ଗତ ବଳରାମଙ୍କ ଘର ଘଟଗାଁ ବ୍ଲକର ତୋରାଣୀ ପୋଖରୀ ଗ୍ରାମପଞ୍ଚାୟତ ର ଗୋପପୁର ରେ ଆଜି ପୂର୍ବାହ୍ନରେ ପହଂଚିବାପରେ ପରିବାରରେ ଓ ଗ୍ରାମରେ ଶୋକା କୁଳ ପରିସ୍ଥିତି ଦେଖାଯାଇଥିଲା।  ମରଶରୀରକୁ ଗ୍ରାମ ସ୍ମଶାନ ରେ ଗ୍ରାମରୁ ଓ ମାନ୍ୟଗଣ ଲୋକ ଶେଷ ଦର୍ଶନ କରିଥିଲେ, କେନ୍ଦୁଝର ପୋଲିସ ପକ୍ଷରୁ ଆଡିସନାଲ ଡିଏସ ପି ଜ୍ୟୋତିର୍ମୟ ଭୁକ୍ତା, ଘଟଗାଁ ଥାନ ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ଢେଂକିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ପ୍ରମୁଖ ସବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରି

ଶେଷ ଦର୍ଶନ କରି ଥିଲେ, ଘଟଗାଁ ବ୍ଲକର ଅଧ୍ୟକ୍ଷ୍ୟା ଗୀତାଞ୍ଜଳି ନାୟକ, ଜ଼ିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ, ସରପଞ୍ଚ ଦନାର୍ଦନ ନାୟକ, ସମିତି ସଭ୍ୟା ଶୋଭାବିନୀ ସେଠୀ, ଜ଼ିଲ୍ଲା ଯୁବ ବି ଜେ ଡି ଉପସଭାପତି ସେକ ଇମ୍ରାନ, ଓ ଯୁବ ନେତା ଦେବାଶିଷ ପାତ୍ର ଶୋକସନ୍ତପ୍ତ ପରିବାରକୁ ଆଶ୍ୱସନା ଦେଇ ପାର୍ଥିବ ଶରୀର କୁ ଶେଷ ଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ବୁଢ଼ାବଣ ଗ୍ରାମରେ ଶୋକ ପ୍ରକାଶ ପାଇଛି,ବିଜେପି ଘଟଗାଁ ସାଂସଦ ପ୍ରତିନିଧି ଅଖଳ କୁମାର ପାତ୍ର ଶେଷ ଦର୍ଶନକରିଛନ୍ତି କେନ୍ଦୁଝର ସାଂସଦ ଏଥି ପ୍ରତି ଶୋକ ବ୍ୟକ୍ତ କରିଛନ୍ତି, ବଳରାମ ନାୟକ ଙ୍କ ପାର୍ଥିବ ଶରୀର କୁ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ପୋଲିସବିଭାଗ କେନ୍ଦୁଝର ର ଯବାନ ମାନେ ତୋପ ସଲାମୀ ଦେଇ ଥିଲେ, ତାପରେ ସଂସ୍କାର କରାଯାଇଛି ।

0 Comments