ଭୁବନେଶ୍ୱର: IAS ବିଷ୍ଣୁପଦ ସେଠୀଙ୍କ ଘରେ ପଶିଲା CBI । ୮ ଜଣିଆ ସିବିଆଇ ଟିମ୍ ଘରେ ପଶି ଛାନଭିନ ଆରମ୍ଭ କରିଛନ୍ତି । ସରକାରୀ ବାସଭବନ ତଥା ଫରେଷ୍ଟ ପାର୍କର କଡ଼ରେ ଥିବା କ୍ବାର୍ଟର ୫-ଆର ୪ରେ ରେଡ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସକାଳୁ ଦୁଇଟି ଗାଡିରେ ଆସି ରେଡ୍ କରୁଛନ୍ତି । ଗୋଟିଏ ଦିଲ୍ଲୀର CBI ଟିମ୍‌ ରହିଥିବା ବେଳେ ଅନ୍ୟ ଏକ ଆଞ୍ଚଳିକ ଟିମ୍ ରହିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନିର ଲାଞ୍ଚ କାରବାର ମାମଲାରେ ପୁର୍ବରୁ ବିଷ୍ଣୁପଦଙ୍କୁ ସମନ ହୋଇଥିଲା । ଏବେ ଲାଞ୍ଚ କାରବାର ମାମଲାରେ ସିବିଆଇ ଟିମ୍ ଘରେ ପଶି ଛାନଭିନ କରିଛନ୍ତି ।

ସିବିଆଇ ଟିମ୍ ଭିତରେ ଥିବା ବେଳେ ଆଇଏଏସ କ୍ବାର୍ଟରଙ୍କ ସାମ୍ନାରେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେନେଇ ସ୍ଥାନୀୟ‌ କ୍ୟାପିଟାଲ ଥାନାର ସହାୟତା ମାଗାଯାଇଛି । ଏନେଇ କ୍ୟାପିଟାଲ ଥାନାଧିକାରୀ ତାଙ୍କ ସହ ଏକ ପୋଲିସ ଟିମ୍ ଆଇଏଏସଙ୍କ କ୍ବାର୍ଟର ସାମ୍ନାରେ ଜଗି ରହିଛନ୍ତି । ଏନେଇ ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, "ଭିତରେ ସିବିଆଇର ରେଡ ଚାଲିଛି । ବାହାରେ ଯେପରି ତାଙ୍କ କାର୍ଯ୍ୟରେ ଅସୁବିଧା ନ ହେବ । ସେନେଇ ଆଇନଶୃଙ୍ଖଳା ଦୃଷ୍ଟିରୁ ଆମକୁ କହିଥିଲେ ଆମେ ବାହାରେ ଜଗିରହିଛୁ

"

ତେବେ ସିବିଆଇର ବରିଷ୍ଠ ଅଧିକାରାଙ୍କ ସୁଚନା ମୁତାବକ, ବିଷ୍ଣୁପଦଙ୍କର କିଛି ତଥ୍ୟ ଯାଂଚ କରାଯାଉଛି । ଘରର ସିସିଟିଭି ମଧ୍ୟ ଯାଂଚ କରାଯାଉଛି । ଗତ ବର୍ଷ ଡିସେମ୍ବର ମାସରେ ସମନ ସତ୍ତ୍ୱେ ହାଜର ହୋଇନଥିଲେ ଆଇଏଏସ ବିଷ୍ନୁପଦ ସେଠୀ । ବ୍ରିଜ ଆଣ୍ଡ ରୁପ କମ୍ପାନିର ଲାଞ୍ଚ କାରବାର ମାମଲାରେ ଯେହେତୁ ତାଙ୍କୁ ସିବିଆଇ ସ୍କାନରକୁ ଆଣିଥିଲା । ଏନେଇ ସିବିଆଇ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଥିଲା । ଏପରିକି ଡିସେମ୍ବର ୭ ତାରିଖରେ ନୟାପଲ୍ଲୀର ଏକ ତାରକା ହୋଟେଲ ସାମ୍ନାରୁ ଲାଂଚ କରାବାର ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଲିଙ୍କରେ ସେ ଦିନ ଆଇଏଏସ ଅଫିସର କେଉଁଠି ଥିଲେ ସେନେଇ ଜଣାଇବାକୁ ଚେଷ୍ଟା କରିଥିଲେ ସିବିଆଇ ଅଧିକାରୀ ।

ଏନେଇ ସମନ ସତ୍ବେ ସିବିଆଇରେ ହାଜର ହୋଇ ନଥିଲେ ଆଇଏଏସ ବିଷ୍ଣୁପଦ ସେଠି । ସେ ବିଭିନ୍ନ କାରଣ ଦର୍ଶାଇ ସିବିଆଇ ଠୁ ସମୟ ନେଇଥିଲେ । ତେବେ ଯେହେତୁ ସିବିଆଇ ହାତରେ କିଛି ପ୍ରମାଣ ଲାଗିଥିଲା । ଏହି ଲାଂଚ କାରବାର ଘଟଣାରେ ଏନେଇ ତାଙ୍କର ସ୍ପଷ୍ଟିକରଣ ପାଇଁ ତାଙ୍କୁ ହାଜର ପାଇଁ ପୁର୍ବରୁ ଗତ ଡିସେମ୍ବର ୧୦ ତାରିଖରେ ସମନ ହୋଇଥିଲା । ୧୧ରେ ହାଜର ପାଇଁ ନିର୍ଦେଶ ଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ତାଙ୍କର ତିନି ଜଣ କର୍ମାଚରୀ ତଥା ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି‌ । ଗତ ସାତ ତାରିଖରେ ବିଷ୍ଣୁପଦ କେଉଁଠି ଥିଲେ ସେନେଇ କାରଣ ଖୋଜୁଥିଲେ ସିବିଆଇ । ତେବେ ସେ ଘଟଣା ପରେ ସେପଟେ ବିଷ୍ନୁପଦଙ୍କୁ ରାଜ୍ୟ ସରକାର ତାଙ୍କର ଯେଉଁ ବିଭାଗର ସଚିବ ଭାବେ ଦାୟିତ୍ବ ଦେଇଥିଲେ ସେ ଦାୟିତ୍ବରୁ ଅପସାରଣ କରି ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ବ ଦିଆଯାଇଥିଲା ।

ରେଡ ନେଇ ପ୍ରତିକ୍ରିୟା ରଖାଛନ୍ତି IAS ବିଷ୍ଣୁପଦ ସେଠୀ । ସେ କହିଛନ୍ତି, "ଜୋର ଜବରଦସ୍ତ ରେଡ୍ ହେଉଛି । ବ୍ରିଜ୍‌ ଆଣ୍ଡ ରୁଫ୍ କିମ୍ବା ଚଞ୍ଚଲ ମୁଖାର୍ଜୀଙ୍କ ସହ ମୋର କିଛି ସମ୍ପର୍କ ନାହିଁ । ମୋର କିଛି ଦୋଷ ନାହିଁ, ଷଡ଼ଯନ୍ତ୍ର ପରି ଲାଗୁଛି । ଆମେ ନିସଃହାୟ । ଆମେ କିଛି କରିନୁ। ଆମେ ପଇସା ନେଇନୁ । ଆମେ ଚଞ୍ଚଲ ମୁଖାର୍ଜୀଙ୍କୁ 4 ବର୍ଷ ପରେ ଦେଖିକି ଡାକିଲେ ।"

ରାଜଧାନୀରେ କଣ୍ଟ୍ରାକ୍ଟରଙ୍କଠୁ 10 ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ଆଇଏଏସ୍ (IAS) ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ହୋଇଥିଲା । ଗତ ଡିସେମ୍ବର 10 ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଥିବା ବେଳେ 11 ତାରିଖରେ ହାଜର ହେବାକୁ କୁହାଯାଇଥିଲା । ଲାଞ୍ଚ ସମ୍ପର୍କିତ କିଛି ସଚିବଙ୍କ ସହ ସମ୍ପର୍କ ନେଇ କଣ ତଥ୍ୟ ତାଙ୍କ ପାଖରେ ରହିଛି ସେନେଇ ସିବିଆଇରେ ଦେବା ପାଇଁ କୁହାଯାଇଥିଲା । ନୟାପଲ୍ଲୀ ସ୍ଥିତ ସିବିଆଇ ଅଫିସରେ‌ ହାଜର ହୋଇ ପକ୍ଷ ରଖିବାକୁ ସମନରେ ଉଲ୍ଲେଖ କରଯାଇଥିଲା ।

0 Comments