କେନ୍ଦୁଝର - ପର୍ଜନପୁର ଗ୍ରାମପଞ୍ଚାୟତର କଲଣ୍ଡା ଗ୍ରାମ ରେ କେନ୍ଦୁଝର ବନଖଣ୍ଡ -ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୋଜନ କାର୍ଯ୍ୟାଳୟ ମିଳିତ ଉଦ୍ୟମ ରେ ଏକ ଦକ୍ଷତା ବିକାଶ-ନିଯୁକ୍ତି -ଶ୍ରମ କାର୍ଡ ତଥା ବନାଗ୍ନି ନିରାକରଣ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶିବିର ଆୟଜିତ ହୋଇଥିଲା ଏହି ସଭା ରେ ଗ୍ରାମପଞ୍ଚାୟତ ଅଧିନସ୍ଥ ୧୪ ଟି ଗ୍ରାମ ଯଥା କଲଣ୍ଡା ,ପାଟୁଙ୍ଗ, ନୂଆଡ଼ିହି, ଦେଉଳଡିହା, ସତୀକୁଦର, ନଇଗାଁ, ପର୍ଜନପୁର, ନଇଁଗା, ସତୀକୁଦର, ଦେଉଳଡିହା, ନୂଆଡିହି ରୁ ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲେ। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ସହକାରୀ ଶ୍ରମ ଅଧିକାରୀ ଭରତ କୁମାର ଦାଶ ଓ ଦୀପ୍ତିମୟୀ ରାଉଳ ଶ୍ରମ କାର୍ଡର ପଂଜୀକରଣ ଓ ସୁବିଧା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟରୁ ଅଭିଷେକ ଚକ୍ର ଓ ମୁସ୍କାନ
ଚେଲ୍ଵାନି ଉପଲବ୍ଧ ମାଗଣା ତାଲିମ ଓ ରୋଜଗାର ଉପରେ ଆଲୋକପାତ କରିଥିଲେ। କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରୁ ନିର୍ମଳ ସାହୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବନାଗ୍ନି ନିବାରଣ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ପ୍ରକଳ୍ପ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ବେହେରା, କଲଣ୍ଡା ବନ ସୁରକ୍ଷା ସମିତିର ସଭାପତି ରାଜକିଶୋର ବାରିକ, ପର୍ଜନପୁର ସରପଞ୍ଚ ଡମ୍ବରୁଧର ମାଝି ଓ ସ୍ଥାନୀୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ପାଖାପାଖି ୩୫୯ଟି ଶ୍ରମକାର୍ଡ ଓ ୨୯ଟି ଦକ୍ଷତା ବିକାଶ ପଂଜୀକରଣ ହୋଇଥିଲା। ଅତି ଶୀଘ୍ର ପଂଜୀକୃତ ଶ୍ରମକାର୍ଡ ଓ ଦକ୍ଷତା ବିକାଶ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଖାପାଖି ୨୦୨ଟି ଗ୍ରାମ ପଞ୍ଚାୟତରେ ଏହିପରି ସଚେତନତା ଶିବିର ଆୟୋଜନ କରାଯାଇ ଶ୍ରମକାର୍ଡ ଓ ନିଯୁକ୍ତିର ସୁଯୋଗ ପହଞ୍ଚାଇବାକୁ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡ଼ି ଲକ୍ଷ୍ୟ ରଖିଛନ୍ତି।