ଭୁବନେଶ୍ବର: ଘରୋଇ କଲେଜରେ ଛାତ୍ରୀ ଜୀବନ ହାରିବା ମାମଲା । ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହୋଇଥିଲେ କଲେଜ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ପୂର୍ବରୁ ଏନେଇ ତାଙ୍କୁ ସମନ ହୋଇଥିଲା । ତାଙ୍କୁ ପ୍ରାୟ ଅଢେଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଜେରା ସରିବା ପରେ ଅତିଥି ଭବନରୁ ଫେରିଛନ୍ତି ଅଚ୍ୟୁତ । ସେପଟେ ସାମ୍ନାକୁ ଆସିଲା ନିଲମ୍ବିତ ହଷ୍ଟେଲ ଇନଚାର୍ଜଙ୍କ ପ୍ରତିକ୍ରିୟା । "ସତ ଖୁବଶୀଘ୍ର ସାମ୍ନାକୁ ଆସିବ ଅପେକ୍ଷା କରନ୍ତୁ" ବୋଲି ସେ କହିଛନ୍ତି । ଅପରପକ୍ଷେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ ।

ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହୋଇଥିଲେ ଘରୋଇ କଲେଜ ପ୍ରତିଷ୍ଠାତା ଡାକ୍ତର ଅଚ୍ୟୁତ ସାମନ୍ତ । ଅତିଥି ଭବନରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାସହ ୮ ଜଣ ଅଧିକାରୀଙ୍କୁ ବି ପଚରାଉଚରା ହୋଇଛି ।

Sans_Fallback_fba9a0; font-size: 17px;">ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପ୍ରସଙ୍ଗରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ଆମେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛୁ । ତଦନ୍ତ ଚାଲିଛି । ଭଏସ ଚେଷ୍ଟ ପାଇଁ ପଠାଯାଇଛି । ତଦନ୍ତ ପରେ ସତ ଜଣାପଡିଲେ ଆମେ ପରବର୍ତ୍ତୀ ସମୟରେ ସେ ବିଷୟରେ ସୂଚନା ଦେବୁ ।"

ଘରୋଇ କଲେଜ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ବାରମ୍ବାର ଗୃହରେ ମଧ୍ୟ ଉଠୁଛି । ଆଜି ବିଧାନସଭାରେ ଘରୋଇ କଲେଜରେ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ବିଧାୟକ ଦଳ । "ଘରୋଇ କଲେଜରେ ନେପାଳୀ ଛାତ୍ରୀଙ୍କ ଜୀବନ ହାରିବା ଘଟଣାର ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ" କହି ତାତିଲେ ବିରୋଧୀ । ଘଟଣାକୁ ଉଭୟ ବିରୋଧୀ ଓ ଶାସକ ଦଳ ନିନ୍ଦା କରିଛନ୍ତି । ସେପଟେ ଆଇନ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ନ୍ୟାୟ ମିଳିବା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

0 Comments