(ବ୍ୟୁରୋ)ଫାସଟ୍ୟାଗ୍ର ନୂଆ ନିୟମ ଆଜି (ସୋମବାର)ଠୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି । ସରକାରଙ୍କ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଆକାଉଣ୍ଟରେ କମ୍ ବାଲାନ୍ସ ଥିଲେ, ପେମେଣ୍ଟରେ ବିଳମ୍ବ ହେଲେ କିମ୍ବା ଫାସଟ୍ୟାଗ୍ ବ୍ଲାକଲିଷ୍ଟ ହେଲେ ଅତିରିକ୍ତ ଫାଇନ୍ ଦେବାକୁ ପଡ଼ିବ । ନୂଆ ନିୟମ ଅନୁସାରେ ଆପଣଙ୍କ ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବାର 60ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଯଦି ଫାସଟ୍ୟାଗ୍ ଅଚଳ ରହେ ତେବେ ଟ୍ରାଞ୍ଜାକ୍ସନ ବିଫଳ ହେବ । ସେହିପରି ଟୋଲ୍ ଅତିକ୍ରମ କରିବାର 15 ମିନିଟ୍ ପରେ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାକରଣ ହେଲେ, ଏହାକୁ ଅସ୍ବୀକାର କରାଯିବ । ଏପରି ପେମେଣ୍ଟରେ 'ଏରର୍ କୋଡ୍ 176' ଲେଖାଯାଇ ରିଜେକ୍ଟ କରାଯିବ । ଫଳରେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ ।
ଯଦି ଗାଡି ଟୋଲ୍ ରିଡର୍ ପାସ୍ କରିବାର 15 ମିନିଟରୁ ଅଧିକ ସମୟ ପରେ ଟୋଲ୍ କାରବାର ହେଉଛି, ତେବେ ଉପଭୋକ୍ତାଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ପୂର୍ବରୁ ଉପଭୋକ୍ତାମାନେ ଟୋଲବୁଥ୍ରେ ଫାସଟ୍ୟାଗ୍ ରିଚାର୍ଜ କରି ଆଗକୁ ଯାଉଥିଲେ, କିନ୍ତୁ ଏବେ ଫାସଟ୍ୟାଗ୍କୁ ଆଗୁଆ ରିଚାର୍ଜ କରିବାକୁ ପଡ଼ିବ । ନୂଆ ନିୟମକୁ ଦୃଷ୍ଟିରେ ରଖି ଗାଡ଼ି ବାହାର କରିବା ପୂର୍ବରୁ ଫାସଟ୍ୟାଗ୍ ଆକାଉଣ୍ଟରେ ଯଥେଷ୍ଟ ବାଲାନ୍ସ ଅଛି
କି ନାହିଁ ତାହା ନିଶ୍ଚିତ କରିବା ଉଚିତ । ସରକାରଙ୍କ ନୂଆ ନିୟମ ଆଣିବାର ଉଦ୍ଦେଶ୍ୟ ହେଉଛି ଫାସଟ୍ୟାଗ୍ରେ ସମସ୍ୟା ଯୋଗୁଁ ଟୋଲ୍ ପ୍ଲାଜାରେ ଯାନବାହନଗୁଡ଼ିକର ଲାଗୁଥିବା ଲମ୍ବା ଧାଡ଼ି ହ୍ରାସ କରିବା ।
ପରିବହନ ବିଭାଗର ଅଫିସିଆଲ ୱେବସାଇଟ୍କୁ ଯାଆନ୍ତୁ । ସେଠାରେ ଆପଣ 'Check E-Challan Status' ଅପସନକୁ ଚୟନ କରନ୍ତୁ । ଏହାପରେ ଆପଣଙ୍କ ଭେଇକିଲ୍ ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ । ଏପରି ଭାବରେ ଆପଣ ଜାଣିପାରିବେ ଆପଣଙ୍କ ଯାନ ବ୍ଲାକ୍ଲିଷ୍ଟ ହୋଇଛି କି ନାହିଁ । ଫାସ୍ଟ୍ୟାଗ୍କୁ ଅନବ୍ଲକ୍ କରିବା ଲାଗି ପ୍ରଥମେ ଏହାକୁ ରିଚାର୍ଜ କରିବାକୁ ହେବ । ପେମେଣ୍ଟ ସଫଳ ହେବା ପରେ ଆପଣଙ୍କ ଫାସ୍ଟ୍ୟାଗ୍ ସକ୍ରିୟ ହେବ ।
ଅନେକ ଲୋକ ସେମାନଙ୍କର FASTag ଆକାଉଣ୍ଟରେ ଯଥେଷ୍ଟ ବାଲାନ୍ସ ରଖିବାକୁ ଭୁଲିଯାଆନ୍ତି, ଯାହା ଟୋଲ୍ ପ୍ଲାଜାରେ ବିଳମ୍ବ ଘଟାଇଥାଏ । ଏହି ବିଳମ୍ବ ଯୋଗୁଁ ଟ୍ରାଫିକ୍ ଜାମ୍ ଏବଂ ଅନାବଶ୍ୟକ ଅପେକ୍ଷା ସହିତ ଅନ୍ୟ ଯାତ୍ରୀଙ୍କ ସମୟ ନେଇଥାଏ । ଏହାକୁ ରୋକିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (NHAI) ଏକ କଠୋର 60 ମିନିଟର ନିୟମ ପ୍ରଣୟନ କରିଛନ୍ତି ଯାହା ନିଶ୍ଚିତ କରେ ଯେ ଉପଭୋକ୍ତାମାନେ ସେମାନଙ୍କର FASTagକୁ ଠିକ୍ ସମୟରେ ରିଚାର୍ଜ କରିବେ ଏବଂ ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବେ ।