ପ୍ରୟାଗରାଜ: ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଉଥିଲେ । ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ବୋଲେରୋକ

ୁ ଅନ୍ୟ ଏକ ବସ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ଆଜି (ଶନିବାର) ଭୋର ସମୟରେ ପ୍ରୟାଗରାଜ-ମିର୍ଜାପୁର ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଛତିଶଗଡ଼ର କୋରବା ଜିଲ୍ଲାର କିଛି ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଏକ ବୋଲେରୋ ଯୋଗେ ପ୍ରୟାଗରାଜ ଯାଉଥିଲା । ପ୍ରୟାଗରାଜ-ମିର୍ଜାପୁର ରାଜପଥ ଦେଇ ମହାକୁମ୍ଭ ମେଳାକୁ ଯାଉଥିଲେ । ଏହି ସମୟରେ ଉତ୍ତରପ୍ରଦେଶର ମେଜା ନିକଟରେ ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର କିଛି ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଅନ୍ୟ ଏକ ବସ ସହ ବୋଲେରୋର ଧକ୍କା ହୋଇଥିଲା । ଏଥିରେ ବୋଲେରୋଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ବସରେ ଥିବା ଶ୍ରଦ୍ଧାଳୁମାନେ କୁମ୍ଭରେ ବୁଡ ପକାଇ ବାରଣାସୀ ଅଭିମୁଖେ ଯାଉଥିଲେ । ଦୁର୍ଘଟଣା ଫଳରେ ବୋଲେରେ ଥିବା ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ମୃତକ ସମସ୍ତେ ଛତିଶଗଡର ବୋଲି ଜଣାପଡ଼ିଛି । ସେପଟେ ବସରେ ଥିବା ମଧ୍ୟପ୍ରଦେଶ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତି ସଂକଟାପର୍ଣ୍ଣ ଅଛି । ବାକି ୧୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରୟାଗରାଜ ପୋଲିସ କମିଶନର ତରୁଣ ଗାବା ଓ ଡିଏମ ରବୀନ୍ଦ୍ର କୁମାର ମାଦଣ୍ଡ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଛନ୍ତି ।


0 Comments