ପୁରା ଫିଲ୍ମି ଷ୍ଟାଇଲରେ ଅପହରଣ ଓ ଉଦ୍ଧାର । ଏକ ବର୍ଷ ପୂର୍ବରୁ ଏକ ଖଣି କମ୍ପାନୀ ଡ୍ରାଇଭର ଫିରୋଜ ସହ ମିଶି ମୁଖ୍ୟ ଅଭିଯୁକ୍ତ ବାବୁ (ଏମ ଡି ସହଦାବ ) କରିଥିଲା ଏଭଳି ଯୋଜନା । ଯୋଜନା ମୁତାବକ ଗତ  ଫ୍ରେବୁଆରୀ ୭ ତାରିଖ ଫିରୋଜ ନୁଆ କାର କିଣି ୧୨ ତାରିଖ ଅଫିସରେ ସମସ୍ତଙ୍କୁ ଲଡ଼ୁ ଖାଇବାକୁ ଦେଇଥିଲା । ଯେଉଁଥିରେ କେନ୍ଦୁଝର ଜିଲ୍ଲାର ବଡବିଲ ଖଣି କମ୍ପାନୀର ଉପ-ସଭାପତି (VP) ନିମାନନ୍ଦ ପ୍ରଧାନଙ୍କ ସବୁଦିନିଆ ଡ୍ରାଇଭର ଆକାଶ ଓ ଅନ୍ୟ ଜଣେ ଡ୍ରାଇଭର ଲଡୁ ଖାଇବା ପରେ ସେମାନଙ୍କ ମୁଣ୍ଡକୁ ନିଶା ଚଢିଥିଲା । ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ଯୋଜନା ମୁତାବିକ ଆକାଶ ଅସୁସ୍ଥ କାରଣରୁ ନିମାନନ୍ଦ ପ୍ରଧାନ ଫିରୋଜ କୁ ତାଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ । ହେଲେ ଫିରୋଜ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଅପହରଣ କରିନେଇ ଝାରଖଣ୍ଡ ପଳାଇ ଯାଇଥିଲା ଓ ପରିବାର ଲୋକଙ୍କୁ ତାଙ୍କୁ ମୁକୁଳାଇବାକୁ ୬୦ ଲକ୍ଷ ଟଙ୍କା ଦାବି କରିଥିଲେ । ଯାହାକୁ ନେଇ

୧୩ ତାରିଖ ନିମାନନ୍ଦ ପ୍ରଧାନଙ୍କ ପତ୍ନୀ ବଡ଼ବିଲ ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ ଆରମ୍ଭ କରି ଏହି କେଶ କୁ ଗୁରୁତର ସହ ନେଇଥିଲା । ଏକ ହାଇପ୍ରୋଫାଇଲ କେଶ ହୋଇଥିବାରୁ ଏହାକୁ ଓଡ଼ିଶା ପୋଲିସ ମୁଖ୍ୟ (DGP) ଚ୍ଯାଲେଞ୍ଜ ର ସହ ନେଇ ପଶ୍ଚିମାଞ୍ଚଳ DIG ଓ କେନ୍ଦୁଝର ଏସପି କୁ ବଡ଼ବିଲ ରେ ରହି ଘଟଣାରେ ସମାଧାନ ପାଇଁ ସବୁ ପ୍ରକାର ସାହାର୍ଯ୍ୟ ଯୋଗାଇ ଦେଇଥିଲେ । ଏଥିରେ କେନ୍ଦୁଝର ଏସପି ଙ୍କ ତତ୍ୱାବଧାନରେ ୧୨ଟି ଟିମ ଓଡ଼ିଶା ବାହାରର ଝାରଖଣ୍ଡ , ବିହାର ଓ ପଶ୍ଚିମବଙ୍ଗକୁ ଯାଇ  ୮ ଦିନ ମଧ୍ୟରେ ଅପହରଣ କାରିଙ୍କୁ ମୁକୁଳାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । DGP ଙ୍କ ସହଯୋଗ କ୍ରମେ ଏଥିରେ FlU , କ୍ରାଇମବ୍ରାଞ୍ଚ ଓଡ଼ିଶା , ATS ଝାରଖଣ୍ଡ , IG ଜେଲ ଝାରଖଣ୍ଡ , STF ବିହାର , IG ଜେଲ ବିହାର ଏବଂ ପଶ୍ଚିମ

ଙ୍ଗ ପୋଲିସ ସାମିଲ ଥିଲେ । ପଶ୍ଚିମାଞ୍ଚଳ DIG ବ୍ରିଜେସରାୟ ଓ କେନ୍ଦୁଝର ଏସପି ନିତୀନ କୁଶଲକର ଓ ତାଙ୍କ ୧୨ଟି ଟିମ ୮ ଦିନ ରାତି ପରିଶ୍ରମ କରି ଲୋକଙ୍କ ଆସ୍ତା ଭାଜନ ହୋଇପାରିଛନ୍ତି । ପ୍ରଥମ ଦିନରୁ ଅପହରଣ ରାଣ୍ଡସମ ଦେବାକୁ ଯିବା ସମୟରୁ ପୋଲିସର ସଠିକ ତଦନ୍ତ ପ୍ରଥମେ ଅପହରଣକାରୀଙ୍କ କବଳରୁ ଖଣି କମ୍ପାନୀର ଉପ-ସଭାପତି (V P) ନିମାନନ୍ଦ ପ୍ରଧାନ ଙ୍କୁ ଜିବିତ ଉଦ୍ଧାର ଥିଲା ବଡ଼ ଚ୍ଯାଲେଞ୍ଜ । ଏଣୁ ପଇସା ପାଇ ଅପହରଣକାରି ଖଣି କମ୍ପାନୀର ଉପ-ସଭାପତି (V P) ନିମାନନ୍ଦ ପ୍ରଧାନ ଙ୍କୁ ଜିବିତ ଛାଡିବା ପରେ ପୋଲିସ ଯୋଜନା ମୁତାବକ ଏକା ସାଙ୍ଗରେ ବିଭିନ୍ନ ଜାଗାରେ ଚଢାଉ କରିଥିଳା ।  ଯେଉଁଥିରେ ୭ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୮ଟି ମୋବାଇଲ , ଗୋଟିଏ ଖେଳନା ବନ୍ଧୁକ ସହ ୫୦ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ବାବୁ ( ଏମ ଡି ସହଦାବ) ପୋଲିସ ଜାଲ ରୁ ଖସି ଯିବାରେ ସଫଳ ହୋଇଛି । ଗିରଫ ହୋଇଥିବା  ଅଭିଯୁକ୍ତମାନେ ହେଲେ ୧-ଏମ ଡି ଫିରୋଜ ( ବଡ଼ବିଲ )୨-ସରଫ ରାଜ ଅନସାରୀ (ରାଞ୍ଚି , ଝାରଖଣ୍ଡ )୩- ସିହ୍ନା ସିଂ ( ଲେକ ଗାର୍ଡ଼େନ ' କଲିକତା , ପଶ୍ଚିମବଙ୍ଗ '୪-ରାଜେନ୍ଦ୍ର ପାଶ୍ଵାନ (ରାଞ୍ଚି ' ଝାରଖଣ୍ଡ )୫-ଜମିଲ ଅକତାର (ରାଞ୍ଚି ' ଝାରଖଣ୍ଡ )୬-ଫାରହା ପରବିନ ( ଚକ୍ରଧରପୁର , ଝାରଖଣ୍ଡ )୭ -ସାଦାବ ନୌବାହାର (ଚକ୍ରଧରପୁର , ଝାରଖଣ୍ଡ )

ପ୍ରକାଶ ଯେ ଗତ ୧୨ ତାରିଖ ରାତି ରୁ ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସ ଭି.ପି. ନିମାନନ୍ଦ ପ୍ରଧାନ ଅପହରଣ ଘଟଣାରେ

ବଡ଼ବିଲ ଥାନାରେ Case no. 39, BNS - Section 142 ରେ ଅପହରଣ ନେଇ ମାମଲା ରୁଜ୍ଜୁ କରି ତଦନ୍ତ ଆଗକୁ ନେଇଥିଲା ପୋଲିସ । ଏହି ଘଟଣାରେ ଆଉ କେହି ମଧ୍ୟ ସାମିଲ ଥିବା କି କେହି ଘର ଲୋକ ସାମିଲ ଥିବା ନେଇ ଏନେଇ ଅଧିକ ତଦନ୍ତ ଚଳାଇଛି କେନ୍ଦୁଝର ପୋଲିସ। 

0 Comments