ନୂଆଦିଲ୍ଲୀ: ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର । ଗତକାଲି (ସୋମବାର) ବିଳମ୍ବିତ ରାତ୍ରିରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜ୍ଞାନେଶଙ୍କୁ ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ରହିଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆଜି (ମଙ୍ଗଳବାର) ଶେଷ ହେଉଛି । ତେଣୁ ନିର୍ବାଚନ କମିଶନ (ଇସି)ର ସଦସ୍ୟଙ୍କ ନିଯୁକ୍ତିକୁ ନେଇ ଏକ ନୂତନ ନିୟମ ଅନୁଯାୟୀ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର (Chief Election Commissioner) । ସେହିପରି ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେଲେ IAS ବିବେକ ଯୋଶୀ ।
9a0; font-size: 17px;">ଜ୍ଞାନେଶ କୁମାର ଜାନୁଆରୀ 26, 2029 ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଜ୍ଞାନେଶ କୁମାର 1988-ବ୍ୟାଚ୍ କେରଳ କ୍ୟାଡର IAS ଅଧିକାରୀ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରରୁ ସିଭିଲ୍ ଇଞ୍ଜିନିୟରିଂରେ ବି. ଟେକ୍ ସମାପ୍ତ କରିଥିଲେ । ପରେ ଆମେରିକା ହାଭାର୍ଡ ବିଶ୍ୱବିଦ୍ୟାଳୟର ICI, ଭାରତ ଏବଂ ପରିବେଶ ଅର୍ଥନୀତିରେ ବ୍ୟବସାୟ ଫାଇନାନ୍ସ ଅଧ୍ୟୟନ କରିଥିଲେ । ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ସମୟରେ ଜାମ୍ମୁ-କାଶ୍ମୀରରେ ସମ୍ବିଧାନର ଧାରା 370 ରଦ୍ଦ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ପୂର୍ବରୁ କେରଳ ସରକାରଙ୍କ ସଚିବ ଭାବେ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ସାରିଛନ୍ତି ।
1989 ବ୍ୟାଚ୍ ହରିୟାଣା-କ୍ୟାଡର ଭାରତୀୟ ପ୍ରାଶାସନିକ ସେବା (IAS) ଅଧିକାରୀ ବିବେକ ଯୋଶୀ । ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ ଦିଆଯାଇଛି । ବିବେକ ଯୋଶୀ ମେ 21, 1966 ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ 2031 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।
ଏହି ଚୟନ କମିଟି ଗଠନକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଶେଷ ନକରିବା ପର୍ଯ୍ୟନ୍ତ ସରକାର ନୂତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଉପରେ ନିଷ୍ପତ୍ତି ସ୍ଥଗିତ ରଖିବା ପାଇଁ ଦାବି କରିଥିଲା କଂଗ୍ରେସ । କିନ୍ତୁ ଏହାର କିଛି ଘଣ୍ଟା ପରେ ଏହି ନିଯୁକ୍ତି ପ୍ରଦାନ କରାଯଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚୟନ କମିଟିରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏହି ଦାବି କରିଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ସାଉଥ୍ ବ୍ଲକ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଚୟନ କମିଠି ସଦସ୍ୟ ରହିଛନ୍ତି ।
ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି IAS ଜ୍ଞାନେଶ କୁମାର । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଏବଂ 2026 ମସିହାରେ କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ସେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ତଦାରଖ କରିବେ, ଯାହା ମଧ୍ୟ 2026 ମସିହାରେ ହେବ ।