କେନ୍ଦୁଝର- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅଦିନିଆ କାଳବୈଶାଖୀ ରେ ଉଜୁଡିଗଲା ଚାଷ ଜମି। ସ୍ଥିତି ଅନୁଧ୍ୟାନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି। ଗୁରୁବାର ଦିନ କେନ୍ଦୁଝର ସଦର ବ୍ଲକ ଅର୍ନ୍ତଗତ ବାଉରିପଦା ପଞ୍ଚାୟତ, ଶକିଂରି ପଞ୍ଚାୟତ ର ମନୋହରପୁର, ପୋଟଲ, ବିସ୍ଵନାଥପୁର, କୁଶପଦା,ମୁକୁନା,ଶ୍ରଦ୍ଧାପୁର, ପୋଟଳ, ଜଡିପଦା, କଣ୍ଡରାପଶି, ଶକିଂର, ତେରଣ୍ଟି ପ୍ରଭୃତି ଗ୍ରାମ ଗୁଡିକରେ ଗୁରୁବାର ଦିନ ମଧ୍ୟାହ୍ନ ସମୟରେ କାଳବୌଶାକି ରେ ପ୍ରବଳ ଝଡ଼ ତୋଫାନ ହେବା ସହିତ କୁଆପଥର ମାଡରେ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହେଇଯାଇଛି। ଫୁଲକୋବି, ବନ୍ଧାକୋବି, ବିଲାତି, ବିମଛୁଇଁ, ମଟର, ଧନିଆ, ପିଆଜ, କଲରା, ଜହ୍ନି ପ୍ରଭୃତି ଫସଲ ବ୍ୟାପକ ଭାବେ ନଷ୍ଟ ହେଇ ହଜାର ହଜାର ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ଖବରପାଇ ବିଜେପି କୃଷ
ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ଘଟଣା ସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଫସଲ କ୍ଷେତ କୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସଂଧ୍ୟା ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ସହିତ ତୁରନ୍ତ କୃଷି ବିଭାଗ ଓ ରାଜସ୍ବ ବିଭାଗ ର ମିଳିତ ସହଯୋଗରେ କ୍ଷୟ କ୍ଷତି ଆକଳନ କରିବାକୁ ଅନୁରୋଧ କରିଛନ୍ତି। କାଳବୈଶାଖୀ ଓ କୁଆ ପଥର ମାଡରେ କ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଚାଷୀ ମାନଙ୍କୁ ସହାୟତା ପ୍ରଦାନ ଅବଗତି କରିବେ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଛନ୍ତି। ଏହି ପରିଦର୍ଶନ ରେ ବିଜେପି ଜିଲ୍ଳା କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର ଏବଂ ମିଡିଆ ସଂଯୋଜକ ବ୍ରଜକିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ।