କେନ୍ଦୁଝର - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଅନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟବକ୍ତା ଭାବେ ଡଃ ବିମ୍ବାଧର ବେହେରା, ପୂର୍ବତନ ଓଡିଆ ପ୍ରଧ୍ୟାପକ ଧରଣୀଧର ବିଶ୍ଵବିଦ୍ୟାଳୟ, କେନ୍ଦୁଝର ଯୋଗ ଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ସ୍ଵରୁପ ଓ ଓଡିଆ ଭାଷାର ଅସ୍ମିତା, ଇତିହାସ ଆଦି ବିଷୟରେ ଆଲୋକପାତ କରିଥିଲେ । ମାତୃଭାଷା ବ୍ୟତିରକ ଅନ୍ୟ ଭାଷାରେ ମନର ଭାବକୁ ସହଜରେ ପ୍ରକାଶ କରିହୁଏ ନାହିଁ ବୋଲି କହିଥିଲେ ।
ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସଂପାଦକ ଦୀପକ କୁମାର ମହାକୁଳ ଯୋଗଦେଇଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ଶିଶୁଙ୍କ ମଧ୍ୟରେ ସୁଲିଖନ, ଗୀତ ଅଭିନୟ, ପ୍ରବନ୍ଧ ଲିଖନ, ବକ୍ତୃତା, କବିତା, ଗଳ୍ପକଥନ, ଶୁଦ୍ଧଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।