n style="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ବିଜେପି ସରକାର ନୂଆ ବଜେଟ ଆଣିଥିବାରୁ ଶୁଭେଚ୍ଛା ଜଣାଉଛି । ବିଜେପିର ଡବଲ ଇଞ୍ଜିନ ସରକାର ଓଡି଼ଶାକୁ ଆଗକୁ ନେବା ପରିବର୍ତ୍ତେ ବିପରୀତ ଦିଗକୁ ନେଉଛି । ରୂପାନ୍ତରିତ ହେଉଥିବା ଓଡିଶା ଏବେ ନାଁ ଓ ରଙ୍ଗ ପରିବର୍ତ୍ତନ ଭାବେ ଏବେ ଜଣାପଡୁଛି । ବିଜେଡି ସରକାର ସମୟରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଉଚ୍ଚରେ ରହୁଥିଲା । ରାଜ୍ୟର ଅନେକ ଲୋକ ଅନାହାରରୁ ବାହାରକୁ ଆସିଛନ୍ତି । ଏ କଥା କେନ୍ଦ୍ରୀୟ ସଂସ୍ଥା ସ୍ୱୀକାର କରିଛନ୍ତି । କିନ୍ତୁ ଡବଲ ଇଞ୍ଜିନ ସରକାରରେ ଅର୍ଥନୈତିକ ଅଭିବୃଦ୍ଧି ତଳକୁ ଖସି ଆସିଛି । ଅର୍ଥନୈତିକ ଅଭିବୃଦ୍ଧି ଚଳିତ ବର୍ଷ 10 ରୁ 8 ପ୍ରତିଶତକୁ ଖସି ଆସିଛି । ''
ବିରୋଧୀ ଦଳ ନେତା ଆହୁରି ମଧ୍ୟ କହିଛନ୍ତି, " ବାସ୍ତବ ଦୃଷ୍ଟିରୁ ଗତବର୍ଷ ତୁଳନାରେ ଏଥର ବଜେଟ ହ୍ରାସ ପାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ''ବିଭିନ୍ନ ରାଜନୈତିକ ସଦସ୍ୟ ମାନେ ଚଳିତ ବଜେଟରେ ଅଧିକ ଖର୍ଚ୍ଚ ହୋଇ ନ ପାରିବା କିମ୍ବା ଋଣ ଭାର ତଥା ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରିଛନ୍ତି । ତେଣୁ, ମୋଟାମୋଟି ଭାବେ ସରକାର ଆଗତ 2 ଲକ୍ଷ 90 ହଜାର କୋଟି ଟଙ୍କାର ବଜେଟକୁ ସମର୍ଥନ ନ ହେଲେ ବି ପସନ୍ଦ କରିଛନ୍ତି । ଏଥିପାଇଁ, ସମସ୍ତଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ପଦାଙ୍କ ଏବଂ ଦିଗଦର୍ଶନ ଅନୁସରଣ କରି ଆମେ ମଧ୍ୟ ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢି ତୋଳିବାକୁ ଯାତ୍ରା ଆରମ୍ଭ କରିଛୁ । ଏହି ବୃହତ୍ତର ଲକ୍ଷ୍ୟରେ ଚଳିତ ବଜେଟ ଏବଂ ଆଗାମୀ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ଏକ ଅଂଶ ବିଶେଷ।
ଚଳିତ ମାସ 13 ତାରିଖରେ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ । 17 ତାରିଖରେ ମୁଖ୍ୟମନ୍ତ୍ରୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ । 2ଲକ୍ଷ 90 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା 7 ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ।