ck_fba9a0; font-size: 17px;">ଭୁବନେଶ୍ବର: ପୁଣି ଆଜି ବିଧାନସଭାରେ ଉଠିଛି ଘରୋଇ କଲେଜ ଛାତ୍ରୀ ଜୀବନ ହାରିବା ପ୍ରସଙ୍ଗ । ବାର୍ଷିକ ବଜେଟ ଉପରେ ସାଧାରଣ ଆଲୋଚନା ବେଳେ ଉଠିଛି ଏହି ପ୍ରସଙ୍ଗ । ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏନେଇ ସରକାରଙ୍କୁ ଘେରିଛନ୍ତି । ଘଟଣାରେ ସାମାନ୍ୟତମ ବି କେହି ସାମିଲ ଥିଲେ ଛଡାଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ପୁଣି ଆଜି ଗୃହରେ ଉଠିଛି ଘରୋଇ କଲଜ ଛାତ୍ରୀ ଜୀବନ ହାରିବା ପ୍ରସଙ୍ଗ । 2025-26 ମସିହାର ବାର୍ଷିକ ବଜେଟ ଉପରେ ସାଧାରଣ ଆଲୋଚନାରେ ପ୍ରସଙ୍ଗ ଉଠିଛି । ଆଲୋଚନାରେ ଭାଗ ନେଇ କିଟ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ । ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ଦୁଇ ଦିନ ମଧ୍ୟରେ ଆକ୍ସନ ନେବାର ଥିଲା । କାହିଁକି ଆକ୍ସନ ନେଲେ ନାହିଁ ? ମହିଳା ପୋଲିସ ହଷ୍ଟେଲରେ ପଶି ନେପାଳୀ ଛାତ୍ରଛାତ୍ରୀଙ୍କୁ ବାହାର କରୁଛି । ବିଜେପି ସରକାରରେ ଅଛନ୍ତି, ତେଣୁ ସେମାନେ ଉତ୍ତର ଦାୟୀ । ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି ।" ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ ଘେରିଛନ୍ତି ।


0 Comments