ଭୁବନେଶ୍ବର: ଏଣିକି ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ । ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ହେବ ମଦ । ସେହିପରି ବିଦେଶକୁ ରପ୍ତାନୀ ହେବ ମହୁଲି । ରାଜ୍ୟରେ ଅବକାରୀ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସରକାର। ଏନେଇ ନୂଆ ଅବକାରୀ ନୀତି ୨୦୨୫ -୨୬ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅବକାରୀ କ୍ଷେତ୍ରରେ ପୁଞ୍ଜି ନିବେଶ ଓ ଆଗ୍ରହୀ ଥିବା ଉଦ୍ୟୋଗୀଙ୍କ ସହ ଏକ ବୈଠକ କରି ଏନେଇ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଛନ୍ତି । ମଦ ପ୍ରସ୍ତୁତକାରୀ କମ୍ପାନୀ, ବିକ୍ରୟକାରୀ ଓ ଅବକାରୀ ଶିଳ୍ପ ଓ କଞ୍ଚାମାଲ କାରବାର କରୁଥିବା ବିଭିନ୍ନ ସଂସ୍ଥା ସହ ଏକ ବୈଠକ ହୋଇଛି । ରାଜ୍ୟ ଅତିଥି ଭବନରେ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ହୋଇଥିବା ବେଳେ ବୈଠକରେ ଅବକାରୀ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଅ

ବକାରୀ କମିଶନର ଶ୍ରୀ ନରସିଂହ ଭୋଳ,ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, ‘‘ଓଡିଶାରେ ପ୍ରଥମ ଥର ମାଣ୍ଡିଆରୁ ମଦ ତିଆରି ହେବ । ଓଡିଶାରେ ମିଲେଟ ବେସଡ ଇଣ୍ଡଷ୍ଟ୍ରି ତିଆରି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଆମର‌ ମାଣ୍ଡିଆ, ଯ’ ଆଉ ବାଜରାରୁ ମଦ ପ୍ରସ୍ତୁତ ହେବା ଭଳି ଉତ୍ପାଦନ କ୍ଷମତା ରହିଛି । ସେ ସବୁଥିରୁ କିଭଳି ମିଲେଟ ବେସଡ ଲିକ୍ୟୁର ଇଣ୍ଡଷ୍ଟ୍ରି ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯେଉଁଥିରେ ସର୍କରା ରହୁଛି ସେଥିରୁ ମଦ ପ୍ରସ୍ତୁତି ହୋଇଥାଏ । ଏଣୁ ମାଣ୍ଡିଆ ଏକ ଭଲ ବିକଳ୍ପ । ଓଡ଼ିଶାରେ ମାଣ୍ଡିଆରେ ଏକ ୟୁନିଟ ପ୍ରସ୍ତୁତ ହେବ‌। ସେମାନେ ଚାହୁଁଛନ୍ତି ତାଙ୍କୁ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଇନସେଟିଭ ମିଳୁ । ଲୋକାଲ ସପ୍ଲାଏ ଚାହିଦା ପୂରଣ କରି ରାଜ୍ୟ ବାହାରକୁ ଓ ପରେ ଭାରତ ବାହାରକୁ ରପ୍ତାନୀ ପାଇଁ ମାହୋଲ ତିଆରି ହେବ। ଓଡ଼ିଶାରେ ଆଉ କେମିତି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର କଞ୍ଚାମାଲ ବ୍ୟବହାର ହେବ ଓ ଏଠାକାର ଲୋକଙ୍କୁ ଉପଯୁକ୍ତ ସୁଯୋଗ ମିଳିବ’’ ।

ବିଶେଷ କରି ରାଜ୍ୟରେ ମହୁଲରୁ ପ୍ରସ୍ତୁତ ମଦ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି । ଆଗାମୀ ଦିନରେ ଯେଉଁମାନେ ମଦ କାରଖାନା ବସାଇବାକୁ ଚାହୁଁଛନ୍ତି ସେମାନଙ୍କୁ କିପରି ଏକ ସିଙ୍ଗଲ ଓ୍ବିଣ୍ଡୋ ବାତାବରଣ ମିଳିବ ନିବେଶ ପାଇଁ ସେନେଇ ଆଲୋଚନା ହୋଇଛି । ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ବିନିଯୋଗ ପାଇଁ ଯେଉଁ ରିହାତି ଦେଉଛନ୍ତି ସେହି ସମାନ ରିହାତି ଅବକାରୀ କ୍ଷେତ୍ରରେ ଯୋଗାଇ ଦେବାକୁ କିଭଳି ସୁଯୋଗ ମିଳିବ ସେସବୁ ଦିଗରେ ମଧ୍ୟରେ ବୈଠକରେ ଆଲୋଚନା ହୋଇଛି। ସେହିପରି ମହୁଲିରୁ ପ୍ରସ୍ତୁତି ମଦର କିଭଳି ଉଚିତ ମୂଲ୍ୟ ମିଳିବ, ବିକ୍ରି ପାଇଁ ଉପଯୁକ୍ତ ମାର୍କେଟ ସୃଷ୍ଟି ହେବ ସେନେଇ ମଧ୍ୟ ବିଚାର ବିମର୍ଶ ହୋଇଛି ।

ନୂଆ ଅବକାରୀ ନିତିରେ କେବଳ ମଦ ବିକ୍ରି ଉପରେ ନୁହେଁ ବରଂ ଏନଫୋର୍ସମେଣ୍ଟ ‌ଶୁଦ୍ଧ ମଦ ପ୍ରସ୍ତୁତ ହୋଇପାରିବ । କିପରି ତାକୁ ଅପମିଶ୍ରିତ ନ ହୋଇପାରିବ । ଲୋକଙ୍କ ସ୍ବାସ୍ଥ୍ୟ ଯେପରି ଖରାପ ନ ହୋଇ ଉନ୍ନତମାନର ମଦ ପ୍ରସ୍ତୁତ ହୋଇପାରିବ ଓ ଲୋକଙ୍କ ପାଖରେ ପହଞ୍ଚି ପାରିବ । ପଲିସିରେ କ୍ବାଲିଟି ଲିକର ଉପରେ ଗୁରୁତ୍ବ ରାଜ୍ୟରେ ଅବକାରି ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସରକାର ।

0 Comments