ଭୁବନେଶ୍ବର: ନେପାଳ ଛାତ୍ରୀ ମୃତ୍ୟୁ ଘଟଣାକୁ ହୁଲୁସ୍ତୁଲୁ ରାଜନୀତି । ମନ୍ତ୍ରୀ ଓ ସାଂସଦ ଘଟଣାକୁ ନିନ୍ଦା କରିଥିବାବେଳେ ରାଜ୍ୟ ସରକାର ଉଚିତ ସମୟରେ ପଦକ୍ଷେପ ନେଇଥିବା କହିଛନ୍ତି ମନ୍ତ୍ରୀ । ସେପଟେ ଓଡିଶା ଗସ୍ତରେ ଆସିଥିବା ନେପାଳର ଦୁଇ ପ୍ରତିନିଧିଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚର

ଣ ମାଝୀ । ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନେପାଳର ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ଘରୋଇ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ନେପାଳୀ ଛାତ୍ରଛାତ୍ରୀଙ୍କ ଲାଗି ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି ।

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ବିବାଦକୁ ନେଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ଓଡିଶା ଗସ୍ତରେ ଆସିଥିବା ନେପାଳ ସରକାରଙ୍କର ଦୁଇ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନରେ କଥା ହୋଇଛନ୍ତି । ଆତ୍ମହତ୍ୟା କରିଥିବା ନେପାଳି ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କ୍ୟାମ୍ପସରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ୟାମ୍ପସକୁ ଫେରିଆସି ପାଠ ପଢାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିପରି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ନେପାଳର ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀ ଆଲୋଚନା କରିଛନ୍ତି । ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ନେପାଳ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ସେମାନଙ୍କୁ ଅବଗତ ମଧ୍ୟ କରିଛନ୍ତି । ଘଟଣା ଓ ପଦକ୍ଷେପ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼. ଅର୍ଜ୍ଜୁ ରାଣା ଦେଉବାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।


0 Comments