ତପନ ବେହେରା ( ଘଟଗାଁ) ଘଟଗାଁ ବ୍ଲକର ତଣ୍ଡିବେଡ଼ା ସରକାରୀ ଉଚ୍ଚ ବିଦ୍ୟାୟର ବାର୍ଷିକୋତ୍ସବ ଖୁବ୍ ମନୋଜ୍ଞ ପ୍ରସ୍ତୁତି ସହକାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ପୃଷ୍ଟି ଙ୍କ ସଭାପତିତ୍ବ ରେଅନୁଷ୍ଠିତ ଏହି ଭବ୍ୟ କାର୍ଯକ୍ରମ ରେ ମୁଖ୍ୟବକ୍ତା ଭାବେ କବି ପ୍ରଫୁଲ୍ଲ ଚକ୍ର ଉପସ୍ଥିତ ରହି ସତ୍ୟନିଷ୍ଠ , ସ୍ବପ୍ନ ପ୍ରବଣ , ସାହସୀ, ସଂଗ୍ରାମୀ ଓ ଦେଶ ପାଇଁ ସମର୍ପିତ ହେବାକୁ ଅଭିପ୍ରେତ କରାଇ ଥିଲେ । 

ସମ୍ମାନୀତ ଅତିଥି ଭାବେ ପ୍ରମେୟ ର ଘଟଗାଁ ପ୍ରତିନିଧି ଭୀମସେନ ବଳ, ସ୍ଥାନୀୟ ସରପଞ୍ଚ ବୈଜୟନ୍ତୀ ନାୟକ, ସ୍କୁଲ କମିଟିର ଅଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତ ଯୋଗ ଦେଇ ନିଜ ନିଜ ର ବକ୍ତବ୍ୟ ରଖି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବାର୍ଷିକ

କ୍ରୀଡ଼ା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶିକ୍ଷକ କାଳନ୍ଦୀ ଚରଣ ବଳ ବିଭିନ୍ନ କାର୍ଯ୍ୟକ୍ରମ ର ସଂଯୋଜନ କରିଥିବା ବେଳେ ସାବିତ୍ରୀ ପୃଷ୍ଟି, ସୁମିତ୍ରା ସାହୁ, ସୋନାଲି ପ୍ରିୟଦର୍ଶିନୀ ନାୟକ, ଗୌତମ କୁମାର ନାୟକ, ଚିନ୍ମୟୀ ମିଶ୍ର, ମମିତା ନାୟକ, ବିଷ୍ଣୁ ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଭିନ୍ନ ଭିନ୍ନ ସମୟରେ ବିଦ୍ୟାଳୟର ବିଭିନ୍ନ କାର୍ଯକ୍ରମ ରେ ଅଯାଚିତ ଭାବେ ସହଯୋଗ କରୁଥିବାରୁ ଗ୍ରାମର ଦୁଇ ସ୍ବେଚ୍ଛାସେବୀ ଜଗନ୍ନାଥ ନାୟକ ଓ ଦିଲ୍ଲୀପ କୁମାର ନାୟକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା ।

0 Comments