କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ହରିଚନ୍ଦନପୁର ବ୍ଲକରେ ବିଭିନ୍ନ କ୍ଲଷ୍ଟରରେ ଷ୍ଟ୍ରବେରୀ ଚାଷ କରାଯାଉଅଛି । 

ଆଜି ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟ ମକୁ ଉଦଘାଟନ କରିବାକୁ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଷ୍ଟ୍ରବେରୀ ଚାଷୀ ଭେଟି ନିଜ ପ୍ରଥମ ଅମଳକୁ ଉପହାର ଆକାରରେ ପ୍ରଦାନ କରିଛନ୍ତି। ବଜାରରେ ବିକ୍ରିଯୋଗ୍ୟ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଛି ଓ ବିକ୍ରୟ ପାଇଁ ଜିଲ୍ଲାର ବିଭିନ୍ନ ଜାଗାରେ ଖୋଲାଯାଇଥିବା ଷ୍ଟଲକ

ୁ ପ୍ରେରଣ କରାଯାଇଛି । ଏହା ମାଧ୍ୟମରେ ଅନେକ ଆଦିବାସୀ ଚାଷୀଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି । 

ଆଗାମୀ ଦିନରେ ଏହାକୁ ବ୍ୟାପକ ପରିମାଣରେ କେନ୍ଦୁଝର ଜିଲ୍ଲାରେ ଚାଷ କରିବାକୁ ଚାଷୀ ମାନେ ମନ ବଳାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, କେନ୍ଦୁଝର ସମନ୍ବିତ ଆଦିବାସୀ ବିକାଶ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଶ୍ରୀ ସୌମ୍ୟ ସାର୍ଥକ ମିଶ୍ର, ପ୍ରକଳ୍ପ ପ୍ରବନ୍ଧକ ସଚ୍ଚିଦାନନ୍ଦ ମିଶ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଷ୍ଟ୍ରବେରୀ ଚାଷୀଙ୍କୁ ଅଧିକ ପରିମାଣରେ ଚାଷ କରି ଲାଭାନ୍ବିତ ହେବାକୁ ପ୍ରବର୍ତ୍ତାଇବା ଥିଲେ ଓ ଚାଷୀ ମାନଙ୍କର ଏଭଳି ଉଦ୍ୟମକୁ ବହୁତ ପ୍ରଶଂସା କରିଥିଲେ ।

0 Comments