ନୂଆଦିଲ୍ଲୀ: 

_Sans_fba9a0, __Noto_Sans_Fallback_fba9a0; font-size: 17px;">ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ଆଉ ଜଣେ ଓଡ଼ିଆ ପୁଅ । ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ ଦାୟିତ୍ୱ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ପି କେ ମିଶ୍ର ମଧ୍ୟ ଓଡ଼ିଆ ପୁଅ ।

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ସରକାର ତାଙ୍କୁ ନିଯୁକ୍ତି ପାଇଛନ୍ତି । ଗୁଜରାଟ କ୍ୟାଡରର ଅବସରପ୍ରାପ୍ତ IAS ପିକେ ମିଶ୍ର ବର୍ତ୍ତମାନ ଏହି ଦାୟିତ୍ୱରେ ଅଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଜାରି ରହିବ । କ୍ୟାବିନେଟ ଚୟନ କମିଟି ଶକ୍ତିକାନ୍ତ ଦାସଙ୍କୁ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଦାୟିତ୍ୱରେ ଅଛନ୍ତି ପ୍ରମୋଦ କୁମାର ମିଶ୍ର । ସେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୧୯୪୮ ଅଗଷ୍ଟ ୧୧ରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ ମସିହାର ଗୁଜରାଟ କ୍ୟାଡରର ଅବସରପ୍ରାପ୍ତ IAS ପିକେ ମିଶ୍ର, ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ପିକେ ମିଶ୍ର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ ।

0 Comments