ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ଯେଉଁଥିରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଷ୍ଟେସନର ୧୪ ଏବଂ ୧୫ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ତେବେ ଦିଲ୍ଲୀର ଲୋକନାୟକ ହସ୍ପିଟାଲ ପ୍ରଶାସନ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ, ରବିବାର ଛୁଟିଦିନ ଥିବାରୁ ଶନିବାର ପ୍ରୟାଗରାଜ ଯିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଫଳରେ ଏଭଳି ଅଘଟଣ ଘଟିଛି । ଗତକାଲି (ଶନିବାର) ରାତି ପ୍ରାୟ ୮.୩୦ ସମୟରେ ଏହି ଅଘଟଣ ଘଟିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ ଯିବା ପାଇଁ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ପ୍ରବଳ ଭିଡ ହୋଇଥିଲା । ପ୍ରୟାଗରାଜ ଯାଉଥିବା ଟ୍ରେନ ଆସିବାରେ ବିଳମ୍ବ ହେବରୁ ଷ୍ଟେସନରେ ଭିଡ ବଢ଼ିଥିଲା । ବାରାଣସୀ ଯାଉଥିବା ଶିବଗଙ୍ଗା ଏକ୍ସପ୍ରେସ୍ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଆରମ୍ଭ କରିଥିଲେ । ଏପରି ପରିସ୍ଥିତିରେ ଭିଡ଼ ବଢ଼ିବା ସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଭିଡ ଭିତରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ମହିଳା ଥିବାବେଳେ ୩ ଶିଶୁ ରହିଛନ୍ତି । ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୮ଟା ୩୦ ସମୟରେ ପ୍ଲାଟଫର୍ମ ନମ୍ବର ୧୪/୧୫ରେ ଘଟିଛି ।
ଏନେଇ ରାଷ୍ଟ୍ରପତି
t-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଦ୍ରୌପଦୀ ମୁର୍ମୁ
ଟ୍ବିଟ କରି ଲେଖିଛନ୍ତି, "ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ପ୍ରାଣହାନୀ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ।"
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ (X) ରେ ଲେଖିଛନ୍ତି, "ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଦଳାଚକଟା ପାଇଁ ମୁଁ ଗଭୀର ଭାବରେ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୋର ପ୍ରାର୍ଥନା । ଏହି ଦୁଃଖଦ ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ସହାୟତା କରିବା ପାଇଁ ସମ୍ପୂର୍ଣ୍ଣ ଟିମ୍ କାମ କରୁଛି ।" ସେ ଆହୁରି ଲେଖିଛନ୍ତି "ନୂଆଦିଲ୍ଲୀ ରେଳ ଷ୍ଟେସନରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଦିଲ୍ଲୀ ପୋଲିସ ଏବଂ RPF ପହଞ୍ଚିଛନ୍ତି । ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଭିଡ଼କୁ ଦୂର କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଲାଯାଉଛି।"